Masthead

ଆଜି ଉତକ୍ଷେପଣ ହେବ ପାଣିପାଗ ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ

ଆନ୍ଧ୍ରପ୍ରଦେଶ (ବଡ଼ ଖବର ବ୍ୟୁରୋ):ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ-୧ ର ସଫଳତା ପରେ ଆଜି ମହାକାଶକୁ ପୁଣି ଏକ ସାଟେଲାଇଟ ପଠାଇବ ଭାରତ । ପାଣିପାଗ ସାଟେଲାଇଟ ଇନ୍‌ସାଟ୍‌-୩ଡିଏସର ଉତକ୍ଷେପଣ ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ସନ୍ଧ୍ୟା ୫ଟା ୩୫ ମିନିଟ୍‌ରେ ଉତ୍‌କ୍ଷେପଣ କରାଯିବ ବୋଲି ଭାରତୀୟ ମହକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। GSLV-F14ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯିବ।

ଏହି ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି । ତୃତୀୟ ପିଢ଼ି ପାଣିପାଗ ସାଟେଲାଇଟ୍‌ର ଏହା ଏକ ଅନୁବର୍ତ୍ତୀ ମିଶନ। ଉକ୍ତ ସାଟେଲାଇଟ୍‌କୁ ଭୂସ୍ଥିର କକ୍ଷପଥରେ ସ୍ଥାପନ କରାଯିବ। ଏଥିପାଇଁ ୨୭.୫ ଘଣ୍ଟାର ଅବଗଣନା ଆରମ୍ଭ ହୋଇଥିବା ଇସ୍ରୋ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା