Masthead

ମନରେଗାରେ ମେସିନ କରୁଛି କାମ, ଅଧାରେ ଅଟକିଲା ପୋଖରୀ ଖୋଳା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ପଞ୍ଚାୟତ ପୋଖରୀ ଖୋଳାକୁ କେନ୍ଦ୍ରକରି ଗଣ୍ଡଗୋଳ । ଅଧାରେ ଅଟକିଲା ପୋଖରୀ ଖୋଳା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ଦୀର୍ଘ ୧୪ବର୍ଷରୁ ଅଧିକ ହେବ ପଞ୍ଚାୟତ ମହାଦେବ ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । ସରପଞ୍ଚଙ୍କ ପ୍ରତିନିଧି ରାହୁଲ ସାହୁ ଏବଂ ସମିତି ସଭ୍ୟ ବିବେକାନନ୍ଦ ଧରଙ୍କ ତତ୍ୱାବଧାନରେ ପୋଖରୀ ପୁନରୁଦ୍ଧାର ପାଇଁ କାର୍ଯ୍ୟ ଚାଲିଥିବା ବେଳେ ଗାଁର କିଛି ଲୋକ ଏହାକୁ ବିରୋଧ କରିଛନ୍ତି । ପୋଖରୀ ଖୋଳାରେ ପାତରଅନ୍ତର କରାଯାଉଛି ସରକାରଙ୍କ ନିୟମକୁ ମାନୁ ନଥିବା ଅଭିଯୋଗ କରିଛନ୍ତି ।

ବିନା ସୂଚନାଫଳକ ଏବଂ ମେସିନ ସାହାର୍ଯ୍ୟରେ ପୋଖରୀ ଖୋଳା ଯାଉଥିବା ଅଭିଯୋଗ ହୋଇଛି । ଗାଁ ଲୋକେ କହିଛନ୍ତି ଏହି ପୋଖରୀ ଉପରେ ୫୦୦ରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ଦେବଦେବ ମହାଦେବଙ୍କର ପୂଜା ପାଇଁ ଏହି ପୋଖରୀରୁ ପାଣି ଯାଇଥାଏ । ଏହି ପୋଖରୀ କୁଶଳୀ ଶ୍ରମିକ ମାନଙ୍କ ଦ୍ୱାରା ପୁନଃରୁଦ୍ଧାର କାମ ଚାଲୁଅଛି । ଯଦି କେହି ଏହି କାମକୁ ବିରୋଧ କରେ ତାଙ୍କ ବିରୁଦ୍ଧରେ ଚାନ୍ଦବାଲି ବିଡ଼ିଓ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ