Masthead

ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବିଶ୍ୱାସ, ବିଧାନସଭାରେ ଦେବେ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ରାଜନୀତିରେ ହଟଚମଟ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଗ୍ନି ପରୀକ୍ଷା । କାଲି ଆସ୍ଥା ପ୍ରସ୍ତାବ, ଆଜି ଆଲୋଚନା । ସଂଖ୍ୟା ଗରିଷ୍ଠତା ଥାଇ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ଚର୍ଚ୍ଚା ଜୋରଧରିଛି । ଦିଲ୍ଲୀରେ ମୋଟ ବିଧାନସଭା ଆସନ ୭୦ । ଏହା ମଧ୍ୟରୁ ଆପର ଅଛନ୍ତି ୬୨ । ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ । ବିହାର, ଝାଡ଼ଖଣ୍ଡର ଉଦାହରଣ ଦେଲେ କେଜ୍ରିୱାଲ । ନିଜ ବିଧାୟକ, ସାଂସଦଙ୍କୁ ବିଜେପି ଅର୍ଥ ଦେଇ କିଣିନେବାର ଆଣିଛନ୍ତି ଅଭିଯୋଗ ।

କେଜ୍‌ରିଓ୍ବାଲ ନିଜଆଡୁ ହିଁ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବେ ବୋଲି ପ୍ରସ୍ତାବ ଆଣିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତି ନେଇ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଷଷ୍ଠ ଥର ପାଇଁ ସମନ ଜାରି କରିଥିବାବେଳେ ତାଙ୍କୁ ଗିରଫ କରାଯାଇପାରେ ବୋଲି କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଏଭଳି ସମୟରେ କେଜ୍‌ରିଓ୍ବାଲ ଆସ୍ଥା ଲୋଡ଼ିବା ସମ୍ପର୍କରେ କହିଛନ୍ତି ଯେ ବିଜେପି ଦିଲ୍ଲୀ ସରକାରଙ୍କୁ ଭାଙ୍ଗିବାକୁ ଚାହୁଁଛି। କାରଣ ସେମାନେ ଭଲଭାବେ ଜାଣନ୍ତି ଯେ ଦିଲ୍ଲୀରେ ସେମାନେ କେବେ ବି ନିର୍ବାଚନ ଜିତି ପାରିବେ ନାହିଁ। ସେ ଆପର କୌଣସି ବିଧାୟକ ଦଳରୁ ଅଲଗା ହୋଇ ନ ଥିବା ସେ ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ