Masthead

ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ର ଦେଲା ଗୁରୁଦାୟିତ୍ୱ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାର ପୁଣି ଜଣେ ଓଡ଼ିଆଙ୍କୁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ପୂର୍ବରୁ ଗିରିଶ ଚନ୍ଦ୍ର ମୁର୍ମୁ, ପ୍ରମୋଦ ମିଶ୍ର, ଶକ୍ତିକାନ୍ତ ଦାସ, ମୃତ୍ୟୁଞ୍ଜୟ ମହାପାତ୍ର, ସତ୍ୟନାରାୟଣ ପ୍ରଧାନ, ମାଇକେଲ ଦେବବ୍ରତ ପାତ୍ର, ବିଭୂପ୍ରସାଦ କାନୁନଗୋ, ହୃଷିକେଶ ସେନାପତି ପ୍ରମୁଖ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି । ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ଓଡ଼ିଆ । ଆଇନଜୀବୀ ପ୍ରସନ୍ନ କୁମାର ପାଢ଼ୀଙ୍କୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ (ଏଏସଜି)ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏଏସଜି ଭାବେ ନିଯୁକ୍ତି ପାଇଛନ୍ତି । ଦେଶର ଅନ୍ୟ ହାଇକୋର୍ଟ ସହିତ ଓଡ଼ିଶା ହାଇକୋର୍ଟ ପାଇଁ ଏଏସଜି ନିଯୁକ୍ତି ହୋଇଛନ୍ତି । ସେ ଆସନ୍ତା ୩ ବର୍ଷ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ।

ପ୍ରସନ୍ନ କୁମାର ପାଢ଼ୀଙ୍କ ଘର ବାଲେଶ୍ୱର ସହରର ଷ୍ଟେସନ ବଜାର ଅଞ୍ଚଳରେ । ୧୯୯୨ରେ ଆଇନଜୀବୀ ଭାବରେ ସେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୯୯ରୁ ୨୦୦୯ ପର୍ଯ୍ୟନ୍ତ ସେ ଆଡିସିଲାନ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଷ୍ଟାଣ୍ଡିଂ କାଉନସିଲ ଭାବେ କାର୍ଯ୍ୟ କରିଥିଲେ । ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟ ଅଧୀନରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିବା ପାଇଁ ତାଙ୍କୁ ନିଯୁକ୍ତି ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର