Masthead

ହାଥରାସ ତାତି, ଅଧାଦିନ ଗୃହ ଅଚଳ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ ): ଉତ୍ତରପ୍ରଦେଶର ହାଥରାସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ଦେଶବ୍ୟାପୀ ବିଦ୍ରୋହ ସୃଷ୍ଟି କରିଛି । କଂଗ୍ରେସ ଏହାକୁ ସାରା ଦେଶରେ ପ୍ରସଙ୍ଗ କରିବାକୁ ଲାଗିଛି । ଆଜି ଓଡ଼ିଶା ବିଧାନସଭାରେ ବି କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛି ।

ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ହାଥରାସ ପ୍ରସଙ୍ଗ ନେଇ ହୋ ହଲ୍ଲା କରିଥିଲେ । ଉତ୍ତର ପ୍ରଦେଶ ସରକାର ଯେପରି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ରୋକିଛନ୍ତି, ମାଡ଼ ମାରିଛନ୍ତି ଓ ଗିରଫ ବି କରିଛନ୍ତି ତାହା ଗଣତନ୍ତ୍ରର ହତ୍ୟା ବୋଲି ଦାବି କରିଥିଲେ ।

ଗୃହ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ପ୍ରମୁଖ ନାରାବାଜି କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କଂଗ୍ରେସ ଜିନ୍ଦାବାଦ ନାରା ଦେଇଥିଲେ । ହୋ ହଲ୍ଲା ବନ୍ଦ କରି ଗୃହ କାର୍ଯ୍ୟରେ ସାମିଲ ହେବାକୁ କହିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମାତ୍ର କଂଗ୍ରେସ ସଦସ୍ୟମାନେ ହଟି ନ ଥିଲେ ।

ପୂର୍ବାହ୍ନ ୧୦ଟା ୪୦ରୁ ୧୫ମିନିଟ ଗୃହ ବନ୍ଦ ରହିଥିଲା । ୧୦ଟା ୫୫ରେ ଗୃହ ପୁଣି ଆରମ୍ଭ ହେବା ବେଳେ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ଯାଉଥିଲେ । ଏହାକୁ ନେଇ ପୁଣି ହଟ୍ଟଗୋଳ ହେଲା । ଲଗାତର ତିନିଥର ଗୃହ ମୁଲତବି ହେଲା ।

ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକରେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ । ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବି ଘୋଷଣା କଲେ ବାଚସ୍ପତି । ହାଥରାସ ପ୍ରସଙ୍ଗ ଆଜି ଗୃହକୁ ଗୋଟିଏ ଓଳି ଅଚଳ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ