Masthead

ସମସ୍ତ ଆମେରିକୀୟଙ୍କୁ ଉଦ୍ଧାର କରାଯିବ: ବାଇଡେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ହ୍ୱାଇଟ୍ ହାଉସରୁ ସମ୍ୱୋଧିତ କରି କହିଛନ୍ତି, ସମସ୍ତ ଆମେରିକୀୟଙ୍କୁ ଉଦ୍ଧାର କରାଯିବ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ସମସ୍ତ ପ୍ରକାର ଚେଷ୍ଟା କରାଯିବ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ଼ ଏୟାରଲିଫ୍ଟ ହେଉଛି ଯାହାକି ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ତେବେ ଏୟାରଲିଫ୍ଟ ବେଳେ ତାଲିବାନୀ ମାନେ ଚାରି ପାଖରେ ଘେରି ହୋଇ ରହୁଛନ୍ତି।

ତେଣୁ ଉଦ୍ଧାର ବେଳେ କୌଣସି ପ୍ରକାର କ୍ଷତି ହେବନି ବୋଲି ସେ ଗ୍ୟାରେଣ୍ଟି ଦେଇ ପାରିବେ ନାହଁ ବୋଲି କହିଛନ୍ତି। ବାଇଡେନ ଆଉ ମଧ୍ୟ କହିଛନ୍ତି କାବୁଲରୁ ଯେଉଁଭଳି ଭାବରେ ଲୋକଙ୍କୁ ଉଦ୍ଧାର କରାଯାଉଛି ତାର ଚୂଡ଼ାନ୍ତ ଫଳାଫଳ କଣ ହେବ ସେ କଥା କେହି କହି ପାରିବେ ନାହିଁ। କିନ୍ତୁ ଆମେରିକା ଦୀର୍ଘ୨୦ ବର୍ଷ ଧରି ଆଫଗାନିସ୍ତାନକୁ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଯେଉଁ ଆମେରିକୀୟ ସ୍ୱଦେଶ ଫେରିବାକୁ ଇଚ୍ଛା ରଖିବେ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ଅଗଷ୍ଟ ୧୪ରୁ ଆଫଗାନିସ୍ତାନରୁ ୧୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜୁଲାଇରୁ ୧୮ ହଜାର ଲୋକଙ୍କୁ ଆମେରିକା ସେନା ଏୟାରଲିଫ୍ଟ କରି ଉଦ୍ଧାର କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍