ସମସ୍ତ ଆମେରିକୀୟଙ୍କୁ ଉଦ୍ଧାର କରାଯିବ: ବାଇଡେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ହ୍ୱାଇଟ୍ ହାଉସରୁ ସମ୍ୱୋଧିତ କରି କହିଛନ୍ତି, ସମସ୍ତ ଆମେରିକୀୟଙ୍କୁ ଉଦ୍ଧାର କରାଯିବ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ସମସ୍ତ ପ୍ରକାର ଚେଷ୍ଟା କରାଯିବ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ଼ ଏୟାରଲିଫ୍ଟ ହେଉଛି ଯାହାକି ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ତେବେ ଏୟାରଲିଫ୍ଟ ବେଳେ ତାଲିବାନୀ ମାନେ ଚାରି ପାଖରେ ଘେରି ହୋଇ ରହୁଛନ୍ତି।

ତେଣୁ ଉଦ୍ଧାର ବେଳେ କୌଣସି ପ୍ରକାର କ୍ଷତି ହେବନି ବୋଲି ସେ ଗ୍ୟାରେଣ୍ଟି ଦେଇ ପାରିବେ ନାହଁ ବୋଲି କହିଛନ୍ତି। ବାଇଡେନ ଆଉ ମଧ୍ୟ କହିଛନ୍ତି କାବୁଲରୁ ଯେଉଁଭଳି ଭାବରେ ଲୋକଙ୍କୁ ଉଦ୍ଧାର କରାଯାଉଛି ତାର ଚୂଡ଼ାନ୍ତ ଫଳାଫଳ କଣ ହେବ ସେ କଥା କେହି କହି ପାରିବେ ନାହିଁ। କିନ୍ତୁ ଆମେରିକା ଦୀର୍ଘ୨୦ ବର୍ଷ ଧରି ଆଫଗାନିସ୍ତାନକୁ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଯେଉଁ ଆମେରିକୀୟ ସ୍ୱଦେଶ ଫେରିବାକୁ ଇଚ୍ଛା ରଖିବେ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ଅଗଷ୍ଟ ୧୪ରୁ ଆଫଗାନିସ୍ତାନରୁ ୧୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜୁଲାଇରୁ ୧୮ ହଜାର ଲୋକଙ୍କୁ ଆମେରିକା ସେନା ଏୟାରଲିଫ୍ଟ କରି ଉଦ୍ଧାର କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’