ମନ୍ଦିରରୁ ଚୋରି

ରସୁଲପୁର, (ବଡ଼ ଖବର ବ୍ୟୁରୋ): ପ୍ରଭୁଙ୍କୁ ବି ଛାଡିଲେନି ଚୋର । ତାଲା ଭାଙ୍ଗି ଲୁଟିନେଲେ ପ୍ରଭୁଙ୍କ ସାଜସଜ୍ଜା, ଅଳଙ୍କାର ଓ ବାସନକୁସନ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୁଆଖିଆ ଥାନା ଶ୍ରୀବନ୍ତପୁର ପଞ୍ଚାୟତ ସାରଙ୍ଗପୁର ଗ୍ରାମରେ । ଏଠାରେ ଥିବା ଜଗତେଶ୍ୱର ଶିବମନ୍ଦିର, ଏହାର ପାର୍ଶ୍ୱ ମନ୍ଦିର ଓ ମନ୍ଦିର କାର୍ୟ୍ୟାଳୟରୁ ଏକ ବଡଧରଣର ଚୋରି ହୋଇଛି । ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ଦୃତ୍ତ ମନ୍ଦିର ଓ କାର୍ୟ୍ୟାଳୟର ତାଲା ଭାଙ୍ଗି ୮୦ କେଜିରୁ ଉର୍ଦ୍ଧ ପିତ୍ତଳ ବାସନକୁସନ ସମେତ ପ୍ରଭୁଙ୍କୁ ଲାଗି କରାଯାଇଥିବା ସମସ୍ତ ସୁନାରୁପା ଅଳଙ୍କାର ଚୋରି କରି ନେଇଯାଇଛି ।

ମନ୍ଦିରର ପୂଜକ ନୃସିଂହ ଚରଣ ପଣ୍ଡା ଓ ଗ୍ରାମବାସୀଙ୍କ ପକ୍ଷରୁ କୁଆଖିଆ ଥାନାରେ ଏନେଇ ଅଭିଯୋଗ ହୋଇଛି । ମନ୍ଦିରରୁ ଚୋରି ହୋଇଥିବାରୁ ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ତୁରନ୍ତ ଚୋରକୁ ଧରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’