Masthead

ମନ୍ଦିରରୁ ଚୋରି

ରସୁଲପୁର, (ବଡ଼ ଖବର ବ୍ୟୁରୋ): ପ୍ରଭୁଙ୍କୁ ବି ଛାଡିଲେନି ଚୋର । ତାଲା ଭାଙ୍ଗି ଲୁଟିନେଲେ ପ୍ରଭୁଙ୍କ ସାଜସଜ୍ଜା, ଅଳଙ୍କାର ଓ ବାସନକୁସନ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୁଆଖିଆ ଥାନା ଶ୍ରୀବନ୍ତପୁର ପଞ୍ଚାୟତ ସାରଙ୍ଗପୁର ଗ୍ରାମରେ । ଏଠାରେ ଥିବା ଜଗତେଶ୍ୱର ଶିବମନ୍ଦିର, ଏହାର ପାର୍ଶ୍ୱ ମନ୍ଦିର ଓ ମନ୍ଦିର କାର୍ୟ୍ୟାଳୟରୁ ଏକ ବଡଧରଣର ଚୋରି ହୋଇଛି । ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ଦୃତ୍ତ ମନ୍ଦିର ଓ କାର୍ୟ୍ୟାଳୟର ତାଲା ଭାଙ୍ଗି ୮୦ କେଜିରୁ ଉର୍ଦ୍ଧ ପିତ୍ତଳ ବାସନକୁସନ ସମେତ ପ୍ରଭୁଙ୍କୁ ଲାଗି କରାଯାଇଥିବା ସମସ୍ତ ସୁନାରୁପା ଅଳଙ୍କାର ଚୋରି କରି ନେଇଯାଇଛି ।

ମନ୍ଦିରର ପୂଜକ ନୃସିଂହ ଚରଣ ପଣ୍ଡା ଓ ଗ୍ରାମବାସୀଙ୍କ ପକ୍ଷରୁ କୁଆଖିଆ ଥାନାରେ ଏନେଇ ଅଭିଯୋଗ ହୋଇଛି । ମନ୍ଦିରରୁ ଚୋରି ହୋଇଥିବାରୁ ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ତୁରନ୍ତ ଚୋରକୁ ଧରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ