Masthead

ବ୍ରାଉନ ସୁଗର୍ ର ଠିକଣା ଭୁବନେଶ୍ୱର !

 

ଭୁବନେଶ୍ୱର (ବଡ଼ ଖବର  ବ୍ୟୁରୋ )
କରୋନା ମହାମାରୀ ତାର କାୟା ସାରା ବିଶ୍ବ ରେ ବିସ୍ତାର କରିଛି । ସମସ୍ତେ ଏକ ପ୍ରକାର ର ଭାୟବିତ ଅବସ୍ଥା ଭିତରେ ।
ଏଥିରୁ ଭାରତ ମଧ୍ୟ ବାଦ୍ ପଡିନି । ତାପରେ ଓଡ଼ିଶା । ତେଣୁ ଏହି ମହାମାରୀ ସମୟ ରେ ଏହାର ମୁକାବିଲା କରିବା ପାଇଁ ସରକାର ଲାଗୁ କଲେ ତାଲା ବନ୍ଦ ପ୍ରକ୍ରିୟା । ଏହି ତାଲା ବନ୍ଦ ସମୟ ରେ ଜନସାଧାରଣ କୋଭିଦ୍ କୁ ଡରି ନିଜ ଘରେ ତାଲା ବନ୍ଦ ରେ ରହିଲେ କିଛି ଅମାନିଆ ଙ୍କୁ ତାଗିଦ୍ କରିବାପାଇଁ ପୋଲିସ ଚଲେଇଲା ତାର କଟକଣା। କିନ୍ତୁ ଏହାର ବେଶ୍ ଲାଭ ଉଠେଇଲେ ନିଶା ଦ୍ରବ୍ୟ ମାଫିଆ ମାନେ । କେତେ ବେଳେ ଗଞ୍ଜେଇ ତ କେତେବେଳେ ବ୍ରାଉନ ସୁଗର ତ କେତେ ବେଳେ ବନ୍ଧୁକ । ଏହି ସବୁ ର ଭାୟା ପାଲଟିଲା ରାଜଧାନୀ ଭୁବନେଶ୍ଵର ।
୨୭ ମେ ୧୧ ଲକ୍ଷ ମୂଲ୍ୟ ର ବ୍ରାଉନ ସୁଗାର ଭାୟା ଭୁବନେଶ୍ବର।
୨ ଜୁନ ରେ ୧ କୋଟି ,୧୯ ଜୁନ୍ ରେ ସାଢ଼େ ୪ କୋଟି ,୨୩ ସେପ୍ଟେମ୍ବର ୧୩ ଲକ୍ଷ ,୨୮ ସେପ୍ଟେମ୍ବର ରେ ୬ ଲକ୍ଷ୍ୟ , ଆଜି ଅର୍ଥାତ୍ ୩ ଅକ୍ଟୋବର ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ୍ କରିଛି ଭୁବନେଶ୍ୱର କମିସନରେଟ ପୋଲିସ କିନ୍ତୁ ସବୁଠୁ ବଡ଼ ବିଷୟ ପୋଲିସ ଧଳା ଜହର ର କାରବାର କରୁଥିବା କିଂଗ୍ ପିନ୍ ର ଟେର ପାଉନି ନା ସବୁ ଜାଣି ଚୁପ୍ ବସିଛି କମିଶନରେଟ୍ ପୋଲିସ ଯାହା ରାଜଧାନୀ ଭୁବନେଶ୍ବର ବାସିନ୍ଦା ଙ୍କ ମନରେ ସୃଷ୍ଟି କରୁଛି ଏକ ବଡ଼ ପ୍ରଶ୍ନ ବାଚୀ ।
ପୋଲିସ ର କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ନିଶାଦ୍ରବ୍ୟ କାରବାର ର ଠିକଣା ପାଲଟିଛି ରାଜଧାନୀ ଭୁବନେଶ୍ବର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ