Masthead

ମୌସୁମୀ ଅଧିବେଶନର ତୃତୀୟ ଦିନ, ସରଗରମ ରହିବ ଗୃହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଗୃହ କାର୍ଯ୍ୟ ବେଶ ସରଗରମ ରହିବ । ସାର ଅଭାବକୁ ନେଇ ଗୃହର ସବୁ କାର୍ଯ୍ୟକୁ ବାତିଲ କରି ସ୍ୱତନ୍ତ୍ର ଆଲୋଚନା କରିବା ଦାବିରେ ବିଜେଡି ଅଡି ରହିଛି ।ଯାହାକୁ ନେଇ ଗୃହ ଓ ଗୃହ ବାହାରେ ବିଜେଡି ସରକାରଙ୍କୁ ଶାଣିତ ସ୍ବରରେ ସମାଲୋଚନା କରି ଆସୁଛି । ସେହିପରି କଂଗ୍ରେସ ଦଳ ଅନାସ୍ଥା ନୋଟିସ ଆଣି ଗୃହରେ ଆଲୋଚନା ପାଇଁ ସୁଯୋଗ ଅପେକ୍ଷାରେ ଅନାଇ ବସିଛି । ଦୁଇ ବିରୋଧୀଙ୍କ ଭିନ୍ନ ଭିନ୍ନ ରଣନୀତି ଓ ଦାବି ଯୋଗୁ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ ।

ଗୃହର ଅଚଳ ଅବସ୍ଥା ପାଇଁ ଉଭୟ ଶାସକ ଓ ବିରୋଧୀ ପରସ୍ପର ଉପରେ ଦୋଷ ଲଦାଲଦିରେ ମାତିଥିବା ବେଳେ କଂଗ୍ରେସ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣି ଘେରିବାକୁ ଚାହିଁଛନ୍ତି ବିଜେପି ବିଧାୟକ ପଦ୍ମୋଲୋଚନ ପଣ୍ଡା । ସେପଟେ ଆଜି ଗୃହରେ ମହିଳା ଓ ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ଏବଂ ଆଇନ ବିଭାଗର ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନକାଳ ରହିଥିବା ବେଳେ ଆଜି ବିଜେଡି ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଅନାସ୍ଥାକୁ ନେଇ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି । ଏପରି ସ୍ଥିତିରେ ଗୃହ କାର୍ୟ୍ୟ ସ୍ଵାଭାବିକ ଚାଲି ପାରିବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ସସ୍ପେନ୍ସ ଲାଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ