Masthead

‘ଆମ ସମସ୍ତଙ୍କୁ ଏକଜୁଟ ହେବା ଆବଶ୍ୟକ’

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ):  ପୁନେ ସତାରାରେ ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନ । ଦଳୀୟ ବିଧାୟକଙ୍କୁ ନେଇ ଶରଦ ପାୱାର କରିଛନ୍ତି ରାଲି । ଏନସିପିରେ ଅଜିତ ପାୱାରଙ୍କ ବିଦ୍ରୋହର ଗୋଟିଏ ଦିନ ପରେ ଦଳର ମୁଖ୍ୟ ଶରଦ ପାୱାର ସୋମବାର ସତ୍ତାରରେ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଶରଦ ପାୱାର କହିଛନ୍ତି ଆମ ସମସ୍ତଙ୍କୁ ଏକଜୁଟ ହେବା ଆବଶ୍ୟକ। ଶରଦ ପାୱାର ଆଜି ମହାରାଷ୍ଟ୍ରର ସତ୍ତାରରେ ପହଞ୍ଚି ଦଳ ସମର୍ଥକ ମାନଙ୍କୁ ସମ୍ବୋଧିତ କରି କହିଛନ୍ତି ବର୍ତ୍ତମାନ ଆମେ ସମସ୍ତେ ଏକଜୁଟ ହେବା ଆବଶ୍ୟକ।

ମହାରାଷ୍ଟ୍ର ଜାତି ଓ ଧର୍ମ ନାମରେ ବିଭକ୍ତ ହୋଇଛି। ଏବେ ରାଜ୍ୟରେ ଧାର୍ମିକ ବିବାଦ ସୃଷ୍ଟି ହେଉଛି। ଆମେ ମହାରାଷ୍ଟ୍ରର ଏକତାକୁ ଖରାପ ହେବାକୁ ଦେବୁନାହିଁ । ମହାରାଷ୍ଟ୍ରକୁ ଏହାର ଏକତା ଦେଖାଇବାକୁ ପଡ଼ିବ । ଭାରତୀୟ ଜନତା ପାର୍ଟି ଉପରେ ମଧ୍ୟ ବର୍ଷିଛନ୍ତି ସିନିଅର ପାୱାର । ସେ କହିଛନ୍ତି ବିଜେପି ସର୍ବଦା ଅନ୍ୟ ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି । ଯାହା ଗଣତନ୍ତ୍ରର ଉପରେ କୋଠାରାଘାତ । ତେବେ ବିଜେପିକୁ ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ