Masthead

ଇସ୍ରାଏଲ- ହମାସ ଯୁଦ୍ଧକୁ ବର୍ଷେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ- ହମାସ ଯୁଦ୍ଧକୁ ପୂରିଲା ବର୍ଷେ। ହମାସର ସାମରିକ ବାହିନୀ ଉପରେ ବିଜୟ ନେଇ ଘୋଷଣା କଲେ ଇସ୍ରାଏଲର ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେର୍ଜି ହାଲେଭି। ସେପଟେ ବେରୁତର ଦକ୍ଷିଣ ଭାଗରେ ଧ୍ବଂସଲୀଳା ରଚିବା ସହ ହିଜବୁଲ୍ଲାକୁ ନିଶ୍ଚିହ୍ନ କରିବାରେ ଲାଗିଛି ଇସ୍ରାଏଲ । ଲେବାନନରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ବୋମାମାଡ଼ ଜାରି ରହିଛି ।

ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲରେ ନରସଂହାର ରଚିଥିଲେ ହମାସ୍ ଆତଙ୍କୀ। ଆକାଶ ମାର୍ଗରୁ ଓହ୍ଲାଇ ଘରେ ପଶି ସାଧାରଣ ଲୋକ, ମହିଳା ଓ ଛୋଟପିଲାଙ୍କୁ ଖୋଜି ଖୋଜି ଅତି ନୃଶଂସତାର ସହ ହତ୍ୟାକାଣ୍ଡ ଭିଆଇଥିଲେ। ଏହାର ଜବାବରେ ଗାଜାରେ ଥିବା ହମାସ୍ ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ କରିଥିଲା ଇସ୍ରାଏଲ୍ । ତେବେ ଏହାକୁ ବର୍ଷେ ପୂରିଥିଲେ ସୁଦ୍ଧା ଏହି ଯୁଦ୍ଧ ଜାରି ରହିବ। ଏଭଳି କିଛି କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେରଜି ହେଲଭି।

ଏପଟେ ବର୍ଷପୂର୍ତ୍ତି ପୂର୍ବରୁ ପୁଣି ସ୍ଥିତି ଜାହିର କରିଛି ହମାସ୍। ଗତକାଲି ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରକୁ କରିଛି ଘନଘନ ରକେଟ୍ ମାଡ଼। ଇସ୍ରାଏଲୀ ସେନା ଆକାଶମାର୍ଗରେ ଗୋଟିଏ ରକେଟ୍ ଧ୍ୱଂସ କରିଥିବା ବେଳେ, ଅନ୍ୟ ରକେଟ ଗୁଡ଼ିକ ଖୋଲା ସ୍ଥାନରେ ଖସିଥିବା ସୂଚନା ଦିଆଯାଇଛି। ଉତ୍ତର ଗାଜା ଆଡ଼ୁ ଏହି ରକେଟ୍ ମାଡ଼ ହୋଇଥିବା କୁହାଯାଉଛି। ସେପଟେ ପ୍ରତିଶୋଧ ଅପେକ୍ଷାରେ ଥିବା ହେଜବୁଲ୍ଲା ବି ଇସ୍ରାଏଲକୁ ଟାର୍ଗେଟ୍ କରିଛି। ଦକ୍ଷିଣ ଇସ୍ରାଏଲରେ ଲେବାନନ ଆଡ଼ୁ ଡ୍ରୋନ୍ ଆଟାକ୍ ହୋଇଛି। ହାଇଫା ଦକ୍ଷିଣରେ ଥିବା ଇସ୍ରାଏଲୀ ସେନା ଘାଟିରେ ଏହି ଡ୍ରୋନ୍ ଆଟାକ୍ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ