Masthead

ହାତ ଟେକିଦେଲେ ନବୀନ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନଙ୍କ ନବମ ପାଳିର ପ୍ରଥମ ଥର ପାଇଁ ବସିଥିଲା ରାଜନୈତିକ ବ୍ୟାପାର କମିଟି । ଦଳପତି ଓ କମିଟିର ଆବାହକ ଭାବେ ନିଜ ଅଧକ୍ଷତାରେ ନେଇଥିଲେ ବୈଠକ । ହେଲେ ବୈଠକ ଶେଷ ପରେ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟଳୟରୁ ଯାହା ପ୍ରକାଶ ପାଇଛି ତାହାକୁ ନେଇ ବେଶ ଚର୍ଚ୍ଚା ଜୋର । ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ ରହିଛି କି ଭବିଷ୍ୟତର ରାଜନୈତିକ ଆହ୍ୱାନରେ ଦଳର ବିଭିନ୍ନ ଶାଖା ମଜବୁତ୍ କରିବା ସହିତ ଦଳକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ରଖିବା ପାଇଁ ରାଜନୈତିକ ବ୍ୟାପାର କମିଟି କାର୍ୟ୍ୟ କରିବ। ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି, ଓଡ଼ିଶାର ଶିଳ୍ପ ବିକାଶ ଓ ବିଜେଡିର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ପ୍ରସ୍ତାବ ଗୃହୀତ । ରାଜ୍ୟରେ ୨୦୧୫ ରୁ ୨୦୨୪ ମଧ୍ୟରେ ବିଜୁ ଜନତା ଦଳ ସରକାର ସମୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଘଟିଥିବା ଉଲ୍ଲେଖନୀୟ ସଫଳତା ପାଇଁ ବୈଠକରେ ସନ୍ତୋଷ ପ୍ରକାଶ କରାଯାଇଥିଲା । ବୈଠକରେ ନିମ୍ନୋକ୍ତ ପ୍ରସ୍ତାବ ଗୃହିତ କରାଯାଇଥିଲା ।

୨୨ ଅପ୍ରେଲ ୨୦୨୫ ରେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ବ୍ୟକ୍ତିମାନଙ୍କ ଅମର ଆତ୍ମା ପ୍ରତି ବୈଠକରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଏବଂ ସେମାନଙ୍କର ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତୀୟ ସେନାବାହିନୀର ଅତୁଳନୀୟ ଦକ୍ଷତା, ସାହସ ଓ ପରାକ୍ରମର ଉଚ୍ଚ ପ୍ରଶଂସା କରାଯାଇଥିଲା । ଦେଶର ସୁରକ୍ଷା ପାଇଁ ସେନା ବାହିନୀର ଶୌର୍ୟ୍ୟ ବିଶ୍ୱ ଦରବାରରେ ଭାରତକୁ ଗୌରବାନ୍ୱିତ କରିଛି । ବିଜୁ ଜନତା ଦଳ ଭାରତୀୟ ସେନା ପାଇଁ ଗର୍ବିତ । ତାହା ସହ ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ବିକାଶ କ୍ଷେତ୍ରରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥାଣୁତା ଦୂର କରି ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ସରକାର ଯତ୍ନବାନ ହେବେ ବୋଲି ବୈଠକରେ ଆଶା ବ୍ୟକ୍ତ କରାଯାଇଥିଲା । ଓଡିଶାରେ ୨୦୧୫ ରୁ ୨୦୨୪ ମଧ୍ୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଆସିଥିବା ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ପ୍ରକାଶିତ ICRA Report ଉପରେ ଆଲୋଚନା କରାଯାଇ ସନ୍ତୋଷ ବ୍ୟକ୍ତ କରାଯାଇଥିଲା ଏବଂ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ଶିଳ୍ପ ବିକାଶ ଦିଗରେ ନେଇଥିବା ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ICRA Report Investment Information and credit rating Agency ଅନୁଯାୟୀ ଦେଶର ୧୯ ଟି ରାଜ୍ୟ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଓଡିଶା GSVAରେ ସର୍ବୋଚ୍ଚ ୧୦ ପ୍ରତିଶତ ହାସଲ କରିଥିବା ବେଳେ ୨୦୧୫ ରୁ ୨୦୨୪ ମଧ୍ୟରେ ୭ ପ୍ରତିଶତରୁ ଅଧିକ GSVA Gross State value Added ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ବିଜେପି ସରକାର ସମୟରେ ରାଜ୍ୟରେ ଆର୍ଥିକ ଓ ଶିଳ୍ପ ବିକାଶର ବେଗ ନିମ୍ନମୁଖୀ ହୋଇଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ରାଜନୈତିକ ଫାଇଦା ପାଇଁ ଟିକସ ଦାତାଙ୍କର ଅର୍ଥକୁ କେବଳ ରଙ୍ଗ ପରିବର୍ତ୍ତନ ଓ ବିଜେଡି ସରକାର ସମୟର ଯୋଜନାର ନାମ ପରିବର୍ତ୍ତନରେ ଅପବ୍ୟୟ ନ କରି ବିଜେପି ସରକାର ରାଜ୍ୟର ଆର୍ଥିକ ବିକାଶ ପ୍ରତି ଗୁରୁତ୍ୱର ସହ କାର୍ୟ୍ୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । କିନ୍ତୁ ଏଠି ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଦଳ ଯେତେବେଳେ ବିପଦରେ ରହିଛି, ମୁଣ୍ଡ ଉପରେ ବରିଷ୍ଠଙ୍କ କଥା ରହିଛି କାହିଁକି ତାହାକୁ ଆଲୋଚନାକୁ ଆଣିଲେ ନାହିଁ ନବୀନ । ନା କାହାର ରହିଛି ଚାପ? କିଏ ସେହି ଅଦୃସ୍ୟ ଶକ୍ତି ଯାହାକୁ ନେଇ ଏବେ ଦଳରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ବୈଠକ ସରିବାକୁ ସମୟ ଯେତିକି ହୋଇନି ସେତିକି ବେଗରେ ବୈଠକର ନିଷ୍ପତ୍ତିକୁ ନେଇ ଚ୍ୟାଲେଞ୍ଜ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?