Masthead

ମାର୍କେଟିଂ ମ୍ୟାନେଜରରୁ ବାଉଁଶ କାରିଗର

କେନ୍ଦ୍ରାପଡା, (ବଡ଼ ଖବର ବ୍ୟୁରୋ) : ମହାମାରୀ କରୋନା ବଦଳାଇଦେଇଛି ଅନେକ ଲୋକଙ୍କ ଜୀବନ ଜୀବିକା । ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଯଶୋବନ୍ତ ବେହେରା ଏବେ ପାଲଟିଯାଇଛନ୍ତି ବାଉଁଶ କାରିଗର । କରୋନା ବଦଳାଇଦେଇଛି ତାଙ୍କ ପରିଚୟ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଧନିଅପଡା ଗ୍ରାମର ଯଶୋବନ୍ତ ବେହେରା । ଭୁବନେଶ୍ବରରେ ଏକ ଘରୋଇ କଂପାନିରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ଯଶୋବନ୍ତ । କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବାରୁ ନିଜ ଜନ୍ମମାଟିକୁ ସେ ଫେରିବାକୁ ବାଧ୍ୟ ହୋଇଥିଲେ । ପରିବାର ପ୍ରତିପୋଷଣ ପାଇଁ ଗତ ଏପ୍ରିଲ ମାସରେ ନିଜ ବାଡିରେ ଥିବା ବାଉଁଶ ବୁଦାରୁ ବାଉଁଶ କାଟି ପ୍ରଥମେ ଶିଡି ତିଆରି କରି ବିକ୍ରି କରିବା ଅରମ୍ଭ କରିଦେଲେ ।

ଯଶୋବନ୍ତ ପାଠ ପଢୁଥିବା ସମୟରେ ଏକ ଘରୋଇ ଅନୁଷ୍ଠାନ ମଧ୍ୟମରେ ଫାଇନ୍ ଆର୍ଟ କଳାକୃତି ସଂପର୍କରେ ଅଧ୍ୟୟନ କରିଥିଲେ । ଫାଇନ୍ ଆଟ୍ ଶିକ୍ଷା ଏହି ବିପତ୍ତି ସମୟରେ ନିଜ ପରିବାର ଚଳାଇବା ପାଇଁ ତାଙ୍କୁ ସହଯୋଗ କରିଥିଲା । ବାଉଁଶରେ ଶିଡି ତିଆରି ପରେ ବଳକା ବାଉଁଶରେ ଯଶୋବନ୍ତ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରିଥିଲେ। କପ୍, ପେନଷ୍ଟାଣ୍ଡ , ଲାଇଟ୍ଷ୍ଟାଣ୍ଡ, ଠାକୁରଙ୍କ ଖଟୁଲି ଇତ୍ୟାଦି ତିଆରି କରୁଛନ୍ତି ଯଶୋବନ୍ତ । ଯଶୋବନ୍ତଙ୍କ ବାଉଁଶ ତିଆରି ସାମଗ୍ରୀଗୁଡିକ ଅତି ଉନ୍ନତମାନର ହୋଇଥିବାରୁ ଗ୍ରାମାଞ୍ଚଳରେ ବେଶ ଚାହିଦା ରହିଛି। ଅନ୍ୟପଟେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ