Masthead

ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଓଡ଼ିଆ ପୁଅ ତଥା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଡବ୍ଲ୍ୟୁଏମ୍‌ଓର ତୃତୀୟ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଜାତିସଂଘର ଏହି ସଂସ୍ଥା ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଗୁଆ ସତର୍କ ସୂଚନା ଦିଏ ଓ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରସ୍ତୁତି କରିଥାଏ। ଏହି ପଦବୀ ପାଇଁ ସାଙ୍ଗଠନିକ ନିର୍ବାଚନ ହୋଇଥିଲା । ଏଥିରେ ମୋଟ ୧୪୮ ଭୋଟରୁ ୧୧୩ଟି ଭୋଟ ପାଇ ଉପାଧ୍ୟକ୍ଷ ଭାବେ ଡ. ମୃତ୍ୟୁଞ୍ଜୟ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।

ଏହା ବ୍ୟତୀତ ନିର୍ବାଚନରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ ଜାତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅବଦୁଲ୍ଲା ଅଲ୍‌ ମାଣ୍ଡୋସ୍‌ ୪ ବର୍ଷ ପାଇଁ ଡବ୍ଲ୍ୟୁଏମ୍‌ଓ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି କୋଟ୍‌ ଡି’ଆଇଭରର ପାଣିପାଗ ନିର୍ଦ୍ଦେଶକ ଡୌଡା କୋନାଟେ ଏବଂ ଆୟର୍ଲାଣ୍ଡ ପାଣିପାଗ ସେବାର ନିର୍ଦ୍ଦେଶକ ଥିବା ଇଓନ ମୋରାନ ଯଥାକ୍ରମେ ଡବ୍ଲ୍ୟୁଏମ୍‌ଓର ପ୍ରଥମ ଓ ଦ୍ୱିତୀୟ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଆର୍ଜେଣ୍ଟିନାର ପ୍ରଫେସର ସେଲେଷ୍ଟ ସାଉଲୋ ଡବ୍ଲ୍ୟୁଏମ୍‌ଓର ପ୍ରଥମ ମହିଳା ମହାସଚିବ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ମୃତ୍ୟୁଞ୍ଜୟ ମହାପାତ୍ର ଭାରତର ସାଇକ୍ଲୋନ୍‌ ମ୍ୟାନ ଭାବେ ପରିଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା