Masthead

ହଜିଯାଉଛି ଶୈଶବ

ବାଲିଆପାଳ, (ବଡ଼ ଖବର ବ୍ୟୁରୋ): ଖେଳିବା, ବୁଲିବା ବୟସରେ ବିଛଣାରେ ପଡ଼ିରହିଛି ମନୋଜ । ପାଟିରୁ ବାହାରୁନି ଦରୋଟି କଥା । କେବଳ ବଲ ବଲ ହୋଇ ଚାହିୁଁଛି । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ଶ୍ରାରାମପୁର ପଞ୍ଚାୟତର ଧାନନ୍ଦା ଗ୍ରାମରେ । ଅର୍ଥ ଅଭାବରୁ ୩ବର୍ଷର ମାନସିକ ଅନଗ୍ରସର ପିଲାର ଚିକିତ୍ସାରେ ବାଧକ ସାଜିଛି। ଏହି କଅଁଳ ପିଲାର ଭବିଷ୍ୟତ ଅନିଶ୍ଚିତ ଆଡ଼କୁ ଠେଲି ହୋଇଯାଇଛି।

ଧାନନ୍ଦା ଗ୍ରାମର ଜଗନ୍ନାଥ ଦଳାଇଙ୍କ ପୁଅ ମନୋଜ ଦଳାଇ । ବୟସ ମାତ୍ର ୩ । ସେ ଜନ୍ମରୁ ମାନସିକ ଓ ଶାରୀରିକ ବିକଳାଙ୍ଗ । ଆଜି ପର୍ୟ୍ୟନ୍ତ ଚାଲିବା ଦୂରର କଥା ବସି ମଧ୍ୟ ପାରୁନାହିଁ। ଜଗନ୍ନାଥ ଜଣେ ଦିନ ମଜୁରିଆ । ପୁଅର ଚିକିତ୍ସା ପାଇଁ ଦରକାର ହେଉଥିବା ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ । ଯେତିକି ରୋଜଗାର କରନ୍ତି, ଘର ଚଳିବାକୁ ନିଅଁଣ୍ଟ। ଡାକ୍ତରଙ୍କ କହିବା ଅନୁଯାୟୀ ପିଲାକୁ ଯଦି ଏବେଠାରୁ ଉନ୍ନତମାନର ଚିକିତ୍ସା କରାଯାଏ ତେବେ ସଂପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ରହିଛି। ତେଣୁ ମନୋଜର ଚିକିତ୍ସାରେ ସହଯୋଗ ପାଇଁ ବାପା ଜଗନ୍ନାଥ, ମା’ ଅମ୍ବିକା, ଗ୍ରାମବାସୀ ସରକାର ଓ ସହୃଦୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ