Masthead

ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୋହନଙ୍କ ଅନ୍ଦାଜ, ଚିନ୍ତାରେ ନବୀନ-ଭକ୍ତ । ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ । ଲୋକଙ୍କୁ ଭେଟି ଦେଉଛନ୍ତି ପ୍ରକଳ୍ପ ପରେ ପ୍ରକଳ୍ପ । ସରକାରକୁ ବର୍ଷେ ପୂରିବା ଆଗରୁ ଜିଲ୍ଲାବାସୀଙ୍କ ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ । ଘନଘନ ଗସ୍ତ ବିରୋଧୀଙ୍କ ହଜାଇ ଦେଇଛି ନିଦ । ଭାଙ୍ଗିଛି ବର୍ଷ ବର୍ଷର ପରମ୍ପରା । ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସାଥିରେ ଧରି ଜିଲ୍ଲାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ମୋହନ । ପୁରୀ, ମୟୁରଭଞ୍ଜ, ଭଦ୍ରକ, ଦେବଗଡ ଓ କଳାହାଣ୍ଡି, ଢେଙ୍କାନାଳ ଓ ଗଞ୍ଜାମବାସୀଙ୍କ ଦାବିଙ୍କୁ ସମ୍ମାନ ଜଣାଇ କୋଟି କୋଟି ଟଙ୍କାର ପ୍ରକଳ୍ପକୁ କଲେ ଶିଳାନ୍ୟାଶ ସହ ଭିତ୍ତି ପ୍ରସ୍ତର ସ୍ଥାପନ । ଦେବଗଡରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଆସିବା ପରଠାରୁ ୩୦ଜିଲ୍ଲାକୁ ସମାନୁପାତିକ ବିକାଶ ପାଇଁ ଗୁରୁତ୍ୱ ଦେଇଛୁ । ଜିଲ୍ଲାକୁ ରାଜ୍ୟର ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ଲୋକଙ୍କୁ ଭେଟି ଦେଇଚାଲିଛନ୍ତି ମୁଖ୍ୟମନ୍ତ୍ରୀ ।

ଯାହାକୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ସରକାରୀ ଅର୍ଥରେ କର୍ମୀ ସମ୍ମିଳନୀ ଓ ଉସôବ ମନାଉଛନ୍ତି । ରାଜ୍ୟବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ । ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ଯିବା ଦରକାର । କିନ୍ତୁ ଯେଉଁ ଏଜେଣ୍ଡା ଓ ବାର୍ତ୍ତା ନେଇ ଯାଉଛନ୍ତି ତାହା ଦୁଭାର୍ଗ୍ୟ କହି ଟାଗେର୍ଟ କରିଥିବା ବେଳେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ଓଡିÿଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ । ତାଙ୍କର ସବୁ ଜିଲ୍ଲା । ସମସ୍ତେ ତାଙ୍କ ପାଇଁ ସମାନ । ତାଙ୍କର ପାତର ଅନ୍ତର ନାହିଁ । ଏକବର୍ଷ ପୂରିବା ପୂର୍ବରୁ ନୂଆ ଢାଞ୍ଚାରେ ଆଗକୁ ବଢିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାକୁ ଜିଲ୍ଲା ଯାଇ ଲୋକଙ୍କ ଦାବିକୁ ପୂରଣ କରିବା କରିଦେଇଛନ୍ତି ଆରମ୍ଭ । ଦିନ ରାତିକୁ କରିଦେଇଛନ୍ତି ଏକ ହେଲେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ? ଗସ୍ତରୁ ବାରିଛନ୍ତି ରାଜନୀତିର ଗନ୍ଧ । କିନ୍ତୁ ସମୟ କହିବ ସତରେ କାହାର ରହିଛି ରାଜନୈତିକ ଉଦେ୍ଦଶ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ