Masthead

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ବିଶ୍ୱ ଦେଖିବ ରାଉରକେଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତୀୟ ହକି ଟିମକୁ ସୁନ୍ଦରଗଡ ଜିଲ୍ଲାର ଅବଦାନ ଅତୁଳନୀୟ । ଏହି ଜିଲ୍ଲାର ଉଦୀୟମାନ ହକି ତାରକା ଦିଲ୍ଲୀପ ତିର୍କିଙ୍କ ନେତୃତ୍ୱରେ ଭାରତୀୟ ହକି ଟିମ ଦେଶ ବିଦେଶରେ ଅର୍ଜନ କରିଛି ଖ୍ୟାତି । ଭାରତୀୟ ଦଳରେ ସୁନିତା ଲାକ୍ରାଙ୍କ ଭଳି ବହୁ ଖେଳାଳି ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ଘର ସୁନ୍ଦରଗଡ ଜିଲ୍ଲାରେ । ଜିଲ୍ଲାର ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ବେଶ ଲୋକପ୍ରିୟତା ଅର୍ଜନ କରିଛି ହକି । ଜିଲ୍ଲାବାସୀଙ୍କ ହକି ପ୍ରତି ଦୁର୍ବଳତା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ ।

ଏହି ସ୍ମୃତିକୁ ଚିରଦିନ ସାଇତି ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ରାଉରକେଲାରେ ସ୍ଥାପନ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଏଥିରେ ଏକ ସମୟରେ ୨୦ ହଜାର ଦର୍ଶକ ବସିପାରିବେ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହେବ ଏହି ଷ୍ଟାଡିୟମ । ଏଥିରେ ରହିବ ଅତ୍ୟାଧୁନିକ ସୁବିଧାସୁଯୋଗ । ଅତିଥି, ଖେଳାଳି ଓ ଦର୍ଶକମାନେ ଏଠାରୁ ନୂଆ ଅନୁଭୂତି ନେଇ ଫେରିବେ । ବିଶ୍ୱ ହକି ଜଗତ ପାଇଁ ଏହା ସବୁଠାରୁ ବଡ ଉପହାର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

ଖୁବଶୀଘ୍ର ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରତିନିଧି ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିବେ । ଏମାନଙ୍କ ସହ ସାମିଲ ହେବେ ଆନ୍ତର୍ଜାତୀୟ ହକି ଫେଡରେସନର କର୍ମକର୍ତ୍ତା, କେନ୍ଦ୍ର କ୍ରିଡା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓ ହକି ଇଣ୍ଡିଆର କର୍ମକର୍ତ୍ତା । ରାଉରକେଲାର ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି କ୍ୟାମ୍ପସରେ ନିର୍ମାଣ ହେବ ଏହି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ୧୫ ଏକର ଜାଗାରେ ଗଢି ଉଠିବ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ । ୨୦୨୩ ବିଶ୍ୱ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଏଠାରେ ଆୟୋଜିତ ହେବ । ବିଶ୍ୱ ଦେଖିବ ରାଉରକେଲା ହକି ଷ୍ଟାଡିୟମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା