Masthead

ଓଡିଶା-ଆନ୍ଧ୍ର ଡିଜିପି ଆଲୋଚନା

କଟକ, (ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ମାଓ ମୁକାବିଲାକୁ ନେଇ ଚିନ୍ତାରେ ସରକାର । ସୀମାରେ ମାଓ ମୁକାବିଲା ଏବେ ନିୟନ୍ତ୍ରଣରେ ଅଛି ବୋଲି କହୁଛି ଓଡ଼ିଶା ପୋଲିସ । କିନ୍ତୁ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନଙ୍କର କାର୍ଯ୍ୟକଳାପ କମି ନାହିଁ । ମାଓବାଦୀମାନେ ନିଜର ନେଟୱାର୍କଂକୁ ଦିନ କୁ ଦିନ ବଢିଇବାରେ ଲାଗିଛନ୍ତି । କିପରି ଭାବରେ ସୀମାନ୍ତରେ ମାଓ ମୁକାବିଲା କରାଯିବ, ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଅଣାଯାଇପାରିବ ସେ ନେଇ ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଡିଜିପି ସ୍ତରୀୟ ଆଲୋଚନା ହୋଇଛି । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶା ଡିଜିପି ଅଭୟ ଓ ଆନ୍ଧ୍ର ଡିଜିପି ଦାମୋଦର ଗୌତମ ସ୍ୱାଙ୍ଗଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।

କିପରି ଉଭୟ ରାଜ୍ୟର ସୀମାରେ ଶାନ୍ତି ବଜାୟ ରହିବ, କମ୍ବିଂ ଅପରେସନକୁ କିପରି ଭାବରେ ଜୋରସୋରରେ କରାଯାଇ ମାଓ କ୍ୟାମ୍ପକୁ ଧ୍ୱଂସ କରାଯିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଉଭୟ ରାଜ୍ୟର ସୀମାନ୍ତରେ ଥିବା ଅଞ୍ଚଳରେ ଥିବା ସାଧାରଣ ଲୋକ ନ୍ୟାୟ ପାଇପାରିବେ ଓ ସମସ୍ତ ମୌଳିକ ସୁବିଧା ପାଇ ପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସିଆରପିଏଫ, ବିଏସଏଫ, ଓଡ଼ିଶା ପୋଲିସ, ଆନ୍ଧ୍ର ପୋଲିସର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ