Masthead

ଓଡିଶା-ଆନ୍ଧ୍ର ଡିଜିପି ଆଲୋଚନା

କଟକ, (ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ମାଓ ମୁକାବିଲାକୁ ନେଇ ଚିନ୍ତାରେ ସରକାର । ସୀମାରେ ମାଓ ମୁକାବିଲା ଏବେ ନିୟନ୍ତ୍ରଣରେ ଅଛି ବୋଲି କହୁଛି ଓଡ଼ିଶା ପୋଲିସ । କିନ୍ତୁ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନଙ୍କର କାର୍ଯ୍ୟକଳାପ କମି ନାହିଁ । ମାଓବାଦୀମାନେ ନିଜର ନେଟୱାର୍କଂକୁ ଦିନ କୁ ଦିନ ବଢିଇବାରେ ଲାଗିଛନ୍ତି । କିପରି ଭାବରେ ସୀମାନ୍ତରେ ମାଓ ମୁକାବିଲା କରାଯିବ, ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଅଣାଯାଇପାରିବ ସେ ନେଇ ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଡିଜିପି ସ୍ତରୀୟ ଆଲୋଚନା ହୋଇଛି । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶା ଡିଜିପି ଅଭୟ ଓ ଆନ୍ଧ୍ର ଡିଜିପି ଦାମୋଦର ଗୌତମ ସ୍ୱାଙ୍ଗଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।

କିପରି ଉଭୟ ରାଜ୍ୟର ସୀମାରେ ଶାନ୍ତି ବଜାୟ ରହିବ, କମ୍ବିଂ ଅପରେସନକୁ କିପରି ଭାବରେ ଜୋରସୋରରେ କରାଯାଇ ମାଓ କ୍ୟାମ୍ପକୁ ଧ୍ୱଂସ କରାଯିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଉଭୟ ରାଜ୍ୟର ସୀମାନ୍ତରେ ଥିବା ଅଞ୍ଚଳରେ ଥିବା ସାଧାରଣ ଲୋକ ନ୍ୟାୟ ପାଇପାରିବେ ଓ ସମସ୍ତ ମୌଳିକ ସୁବିଧା ପାଇ ପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସିଆରପିଏଫ, ବିଏସଏଫ, ଓଡ଼ିଶା ପୋଲିସ, ଆନ୍ଧ୍ର ପୋଲିସର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ