Masthead

ଅଙ୍ଗନୱାଡି କର୍ମୀ ଚୟନ ପ୍ରକ୍ରିୟାରେ ଅନୀୟମିତତା, ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ

ଆଠମଲ୍ଲିକ(ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡି କର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣିଲେ ତେନ୍ତୁଳି ପଦର ଗ୍ରାମବାସୀ । ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ସାରା ଓଡ଼ିଶାର ଅଙ୍ଗନୱାଡ଼ି କର୍ମୀମାନେ ନିଜର ହକ୍ ପାଇଁ ରାଜରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି । ମାତ୍ର ଅଙ୍ଗନୱାଡ଼ି କର୍ମୀ ଚୟନ ପ୍ରକ୍ରିୟାରେ ଅନୀୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଲାଞ୍ଚ କାରବାର ହୋଇଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତର ତେନ୍ତୁଳି ପଦର ଗାଁରେ ।

ତେନ୍ତୁଳିପଦର ଅଙ୍ଗନୱାଡ଼ି କେନ୍ଦ୍ରରେ ନୂତନ କର୍ମୀ ଆବଶ୍ୟକ ଥିବାରୁ ଚୟନ ନିମନ୍ତେ ନୋଟିସ୍ ଜାରି କରାଯାଇଥିଲା । ୫ଜଣ ଆବେଦନ କରିଥିଲେ। ଦୁଇଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିଲେ । ସେହି ଗ୍ରାମର ଯାଜ୍ଞସେନି ପଧାନଙ୍କ ଯୋଗ୍ୟତା ଯୁକ୍ତ୩ ହୋଇଥିବା ବେଳେ ଅନ୍ୟ ଜଣେ ଦୋଳମୁଣ୍ଡି ଗ୍ରାମର ସୁନୀତା ବାଘଙ୍କ ଯୋଗ୍ୟତା ଯୁକ୍ତ ୨ ସିଟି । ସୁନୀତା ବାଘଙ୍କୁ କେମିତି ଚୟନ କଲେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନବ ନିଯୁକ୍ତ କର୍ମୀ ସୁନୀତା ବାଘ କାର୍ୟ୍ୟରେ ଯୋଗ ଦେବାରୁ ତାଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ରାମବାସୀ ପୁରାଇ ଦେଇ ନଥିଲେ ।

ଆଠମଲ୍ଲିକ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବହୁତ୍ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଯାଜ୍ଞସେନି ପ୍ରଧାନଙ୍କୁ ଚାକିରି ଦିଆନଗଲେ ଆନେ୍ଦାଳନ ଜୋରଦାର କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗ୍ରାମବାସୀ ସିଡିପିଓ, ଉପଜିଲ୍ଲପାଳ, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ପ୍ରତିକ୍ରିୟା ଦେଇ ହେବନି ବୋଲି ସିଡିପିଓ କହିଥିଲେ । ସିଡିପିଓ ପ୍ରତିକ୍ରିୟା ନଦେବା ପଛରେ କ’ଣ ଲୁଚି ରହିଛି ରହସ୍ୟ? କିଛି ହାତ ଗୁଞ୍ଜା ପାଇ ଚୁପ୍ ହୋଇ ବସିଛନ୍ତି କି? ଚୟନ ପ୍ରକ୍ରିୟାରେ ଲାଞ୍ଚ କାରବାର ହୋଇଛି କି ତଦନ୍ତ କଲେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ