Masthead

ପ୍ରମିଳା ଦିଦିଙ୍କ ମୁହଁରେ ନାହିଁ ତେଜ୍!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ଶକ୍ତିଶାଳୀ ନେତ୍ରୀ ଏବେ ଶକ୍ତିହୀନ! ପ୍ରମିଳା ଦିଦିଙ୍କ ମୁଁହରେ ଆଉ ତେଜ ନାହିଁ । କିଛି ଦିନ ହେଲାଣି ସେ ଖୁସି ନଥିବା ଭଳି ମନେ ହେଉଛି । କେମିତିବା ରହିବେ । ମୁଣ୍ଡ ଉପରେ ପରିବାର ଚିନ୍ତା । ଭାଇର ବିଶ୍ୱ ସ୍ୱାସ୍ଥା ଉପରେ ଇଡିର ରେଡକୁ ନେଇ ନିହାତି ଟେନସନ ଥିବେ । ଚଳିତ ମାସରେ ପିଏମଏଲଏ ୨୦୦୨ ଅନୁସାରେ ଓଡ଼ିଶା ଏବଂ ଦିଲ୍ଲୀ ସମେତ ଚାରୋଟି ସ୍ଥାନରେ ଇଡି ଚଢାଉ କରିଥିଲା । ମଲ୍ଲିକ ପରିବାର ଉପରେ ତିନିଦିନ ଧରି ମାରାଥନ ଖୋଳତାଡ୍ କରିଥିଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଆରବିଆଇ ଗାଇଡଲାଇନକୁ ଭଙ୍ଗ କରିଥିଲେ ପ୍ରମିଳାଙ୍କ ସ୍ୱର୍ଗତ ଭାଇ କ୍ଷୀରୋଦ । ସଂସ୍ଥା ନାଁରେ ୨ଶହ କୋଟିରୁ ଅଧିକ ବ୍ୟାଙ୍କ ଲୋନ ଠକେଇ ଅଭିଯୋଗ ଆସିଛି ।

୫୦୫ ବେନାମୀ ଆକାଉଣ୍ଟ ଇଡି ପାଇଥିବା ବେଳେ ଯାହାକୁ ପ୍ରିଜ୍ କରାଯାଇଛି । ଚେକ୍ ବୁକ୍, ଅନେକ ସେଲ-ଡିଡ୍ ଜବତ ବି ହୋଇଛି । ବୋଧେ ସେହି କାରଣ ପାଇଁ ଦିଦିଙ୍କ ମନରେ ଛନକା ପସିଥିବ । ସେଥିପାଇଁ ତ କିଛି ଦିନ ହେଲାଣି ରୁଦ୍ଧଦ୍ୱାରରେ ରହିବା ସହ ଯେତେବେଳେ ବି ଗଣାମଧ୍ୟମକୁ ଆସୁଛନ୍ତି କିଛି ଲାଇନ କହି ନିରବ ରହିଯାଉଛନ୍ତି । ବିଜେଡିର ଦୁଇ ମହିଳା ନେତ୍ରୀଙ୍କ ଭିତରେ ମାଟପିଟକୁ ନେଇ ହୋଇଥିବା ପ୍ରେସମିଟରୁ ଏହା ଜଣାପଡିଛି । ଦଳ ହାରିଛି, ଦିଦି ନାଖୁସ୍ ଅଛନ୍ତି । ଏହା ତ ଗୋଟିଏ ଚିନ୍ତାର କାରଣ ଅନ୍ୟ ଦିଗଟି ଦେଲା ବିଶ୍ୱ ସଂସ୍ଥାକୁ ନେଇ ଟେନସନ । କୌଣସି ସମୟରେ ବି ଅଡୁଆ ବଢିପାରେ ନିହାତି ସେ କଥା ଭାବୁଥିବେ ପ୍ରମଳା ଅପା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା