Masthead

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଗ୍ରହଣ ପ୍ରକ୍ରିୟା ଲାଗିଥିବାବେଳେ ଆଜି ଦେଖିବାକୁ ମିଳିଛି ସୁପରମୁନ। ଦୀର୍ଘ ୬ବର୍ଷ ପରେ ଦେଖିବାକୁ ମିଳିଛି ଏହି ବିରଳ ଦୃଶ୍ୟ । ଏହା ମଧ୍ୟ ବେସ ଖାସ ଏବଂ ରୋଚକ । ଏହି ଚନ୍ଦ୍ର ଗ୍ରହଣ ପୂର୍ବ ଏସିଆ ସମେତ ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗରୀୟ ଦେଶ ଏବଂ ଆମେରିକାରେ ଦେଖିବାକୁ ମିଳିବ । ଅପରାହ୍ନ ୨ଟା ୧୭ ମିନିଟରୁ ବିଦେଶରେ ଆରମ୍ଭ ହୋଇଯାଇଛି ଚନ୍ଦ୍ରଗ୍ରହଣ ପ୍ରକ୍ରିୟା । ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବାର୍ତ୍ତା ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ବିଶେଷକରି ଭାରତର ପୂର୍ବ ଉତ୍ତର ରାଜ୍ୟଗୁଡିକରେ ଦେଖିବାକୁ ମିଳିଛି ସୁପରମୁନ । ଅର୍ଥାତ ଓଡିଶାର କିଛି ଅଞ୍ଚଳ ସମେତ, ପଶ୍ଚିମବଙ୍ଗ ଏବଂ ଆସାମର ଅନେକ ଅଞ୍ଚଳରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ।

ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଅର୍ଥାତ ସୁପରମୁନର ଝଲକ ଦେଖାଯିବ । ତଥ୍ୟ ଅନୁସାରେ ୨୧ ଜାନୁୟାରୀ ୨୦୧୯ ପରେ ଭାରତରେ ପୂର୍ଣ୍ଣ ଚନ୍ଦ୍ରଗ୍ରଣ ଦେଖିବାକୁ ମିଳିନାହିଁ । ତେଣୁ ୨୦୧୯ ମସିହା ପରେ ପ୍ରଥମ ଥର ପାଇଁ ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି । ଚନ୍ଦ୍ରୋଦୟ ପରେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି । ଉତ୍ତରପୂର୍ବରେ ରହିଥିବା ରାଜ୍ୟ ସିକିମକୁ ଛାଡି ଅନ୍ୟ ରାଜ୍ୟ ଗୁଡିକ, ଯେପରିକି ଓଡିଶା, ପଶ୍ଚିମବଙ୍ଗ, ଆସାମ, ଆଣ୍ଡାମାନ, ନିକୋବରର କିଛି ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି ।

ଭାରତୀୟ ସମୟ ୩ଟା ୧୫ ପରେ ଚନ୍ଦ୍ରଗ୍ରହଣର ଆଶିଂକ ପକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ ଦୀର୍ଘ ୬ ବର୍ଷ ପରେ ସୁପରମୁନ ଦେଖାଯାଇଛି । ଅର୍ଥାତ ଚନ୍ଦ୍ର ପୃଥିବୀର ନିକଟତର ହୋଇଥିବା ବେଳେ , ଚନ୍ଦ୍ର ରଙ୍ଗ ସମୂର୍ଣ୍ଣ ଲାଲ ରହିଛି । ଅନ୍ୟପଟେ ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ୟାସର ପ୍ରଭାବ ରହିଥିବାବେଳେ ଆକାଶ ମେଘାଛନ୍ନ ରହିଛି । ଓଡିଶାର ବାଲେଶ୍ୱରରେ ସାମୁଦ୍ରିକ ଝଡ଼ ୟାସ ସ୍ଥଭାଗ ଅତିକ୍ରମ କରିଛି । ଫଳରେ ବାଲେଶ୍ୱର ସମେତ ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଆଦି ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଛି । ସମଗ୍ର ରାଜ୍ୟରେ ପାଣିପାଗ ସ୍ଥିତି କୋହଲା ରହିଥିବାରୁ ଚନ୍ଦ୍ରଗ୍ରହଣ ଦେଖାଯାଉନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି