Masthead

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଗ୍ରହଣ ପ୍ରକ୍ରିୟା ଲାଗିଥିବାବେଳେ ଆଜି ଦେଖିବାକୁ ମିଳିଛି ସୁପରମୁନ। ଦୀର୍ଘ ୬ବର୍ଷ ପରେ ଦେଖିବାକୁ ମିଳିଛି ଏହି ବିରଳ ଦୃଶ୍ୟ । ଏହା ମଧ୍ୟ ବେସ ଖାସ ଏବଂ ରୋଚକ । ଏହି ଚନ୍ଦ୍ର ଗ୍ରହଣ ପୂର୍ବ ଏସିଆ ସମେତ ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗରୀୟ ଦେଶ ଏବଂ ଆମେରିକାରେ ଦେଖିବାକୁ ମିଳିବ । ଅପରାହ୍ନ ୨ଟା ୧୭ ମିନିଟରୁ ବିଦେଶରେ ଆରମ୍ଭ ହୋଇଯାଇଛି ଚନ୍ଦ୍ରଗ୍ରହଣ ପ୍ରକ୍ରିୟା । ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବାର୍ତ୍ତା ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ବିଶେଷକରି ଭାରତର ପୂର୍ବ ଉତ୍ତର ରାଜ୍ୟଗୁଡିକରେ ଦେଖିବାକୁ ମିଳିଛି ସୁପରମୁନ । ଅର୍ଥାତ ଓଡିଶାର କିଛି ଅଞ୍ଚଳ ସମେତ, ପଶ୍ଚିମବଙ୍ଗ ଏବଂ ଆସାମର ଅନେକ ଅଞ୍ଚଳରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ।

ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଅର୍ଥାତ ସୁପରମୁନର ଝଲକ ଦେଖାଯିବ । ତଥ୍ୟ ଅନୁସାରେ ୨୧ ଜାନୁୟାରୀ ୨୦୧୯ ପରେ ଭାରତରେ ପୂର୍ଣ୍ଣ ଚନ୍ଦ୍ରଗ୍ରଣ ଦେଖିବାକୁ ମିଳିନାହିଁ । ତେଣୁ ୨୦୧୯ ମସିହା ପରେ ପ୍ରଥମ ଥର ପାଇଁ ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି । ଚନ୍ଦ୍ରୋଦୟ ପରେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି । ଉତ୍ତରପୂର୍ବରେ ରହିଥିବା ରାଜ୍ୟ ସିକିମକୁ ଛାଡି ଅନ୍ୟ ରାଜ୍ୟ ଗୁଡିକ, ଯେପରିକି ଓଡିଶା, ପଶ୍ଚିମବଙ୍ଗ, ଆସାମ, ଆଣ୍ଡାମାନ, ନିକୋବରର କିଛି ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି ।

ଭାରତୀୟ ସମୟ ୩ଟା ୧୫ ପରେ ଚନ୍ଦ୍ରଗ୍ରହଣର ଆଶିଂକ ପକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ ଦୀର୍ଘ ୬ ବର୍ଷ ପରେ ସୁପରମୁନ ଦେଖାଯାଇଛି । ଅର୍ଥାତ ଚନ୍ଦ୍ର ପୃଥିବୀର ନିକଟତର ହୋଇଥିବା ବେଳେ , ଚନ୍ଦ୍ର ରଙ୍ଗ ସମୂର୍ଣ୍ଣ ଲାଲ ରହିଛି । ଅନ୍ୟପଟେ ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ୟାସର ପ୍ରଭାବ ରହିଥିବାବେଳେ ଆକାଶ ମେଘାଛନ୍ନ ରହିଛି । ଓଡିଶାର ବାଲେଶ୍ୱରରେ ସାମୁଦ୍ରିକ ଝଡ଼ ୟାସ ସ୍ଥଭାଗ ଅତିକ୍ରମ କରିଛି । ଫଳରେ ବାଲେଶ୍ୱର ସମେତ ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଆଦି ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଛି । ସମଗ୍ର ରାଜ୍ୟରେ ପାଣିପାଗ ସ୍ଥିତି କୋହଲା ରହିଥିବାରୁ ଚନ୍ଦ୍ରଗ୍ରହଣ ଦେଖାଯାଉନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ