Masthead

ମୋଦି ନିଜକୁ ମହାନ ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛନ୍ତି: ସୋନିଆ ଗାନ୍ଧୀ

ଜୟପୁର (ବଡ଼ ଖବର ବ୍ୟୁରୋ): କ’ଣ କିଏ ଦେଶ ଉପରେ ବଡ଼ ହୋଇପାରେ? ଯିଏ ତାହା ଭାବେ ତାକୁ ଦେଶବାସୀ ଅସଲ ମୁଖା ଦେଖାଇଦିଅନ୍ତି। ଦୁର୍ଭାଗ୍ୟ ଯେ ଆମ ଦେଶରେ ଏଭଳି ନେତା ଶାସନ କ୍ଷମତାରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହା କହିଛନ୍ତି । ଲୋକସଭା ନିର୍ବାଚନ ୨୦୨୪ ଲାଗି ସୋନିଆ ଶନିବାର ବଡ଼ ରାଲି କରିଥିଲେ। ଜୟପୁରର ବିଦ୍ୟାଧରନଗରରେ ହୋଇଥିବା ଏହି ରାଲିରେ ସମ୍ବୋଧିତ କରି ସୋନିଆ କହିଛନ୍ତି ଯେ, ମୋଦି ନିଜକୁ ମହାନ ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛନ୍ତି। ଆଜି ଆମ ଦେଶର ଗଣତନ୍ତ୍ର ବିପଦରେ ବୋଲି ସେ କହିଛନ୍ତି।

ମୋଦି ଜୀ ନିଜକୁ ମହାନ ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦାକୁ ହାନି ପହଞ୍ଚାଉଛନ୍ତି। ଏହାଛଡ଼ା ସୋନିଆ କହିଛନ୍ତି, ବିରୋଧି ନେତାଙ୍କୁ ଧମକାଇବା, ଡରାଇବା ଏବଂ ବିଜେପିରେ ସାମିଲ ହେବା ଲାଗି କଳବଳ କୌଶଳ ଆପଣାଯାଉଛି। ଆମ ଦେଶ ଗତ ୧୦ ବର୍ଷରେ ଏଭଳି ସରକାର ହାତରେ ଅଛି ଯିଏ ବେରୋଜଗାରୀ, ମହଙ୍ଗାମାଡ଼, ଆର୍ଥିକ ସଙ୍କଟ, ଅସମାନତା ଏବଂ ଅତ୍ୟାଚାରକୁ ପ୍ରଶୟ ଦେବାକୁ ସବୁକିଛି କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ