Masthead

୨୦୨୫ ଭୋଟ; କିଏ ସମ୍ଭାଳିବ ଭାର?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୫ ହେବ ମୁଖିଆ ଚୟନର ବର୍ଷ । ଓଡ଼ିଶା ରାଜନୀତିକୁ ମିଳିବେ ନୂଆ ସଭାପତି । ଗଣତାନ୍ତ୍ରିକ ପଦ୍ଧତିରେ ବାଛିବେ ମଙ୍ଗୁଆଳ । ନିର୍ବାଚନରେ ନେତା କରିବେ ସଭାପତି ଚୟନ । ଦମ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳ । କଂଗ୍ରେସ, ବିଜେପି ଓ ବିଜେଡି ଭିଡି ଦେଇଛନ୍ତି ଅଣ୍ଟା । ସଭ୍ୟ ସଂଗ୍ରହ ପ୍ରକି୍ରୟା ଶେଷ । ଇଲେକ୍ସନକୁ ଏବେ କରିବେ ସାମନା । ପଦ୍ମ ଏବଂ ହାତ ଦଳ ଦିଲ୍ଲୀରେ କରୁଛନ୍ତି ମାନସମନ୍ଥନ । ନବୀନ ନିବାସ ଭରସାରେ ଶଙ୍ଖ ଦଳ । ବୁଥ, ମଣ୍ଡଳ, ଜିଲ୍ଲାସ୍ତରରୁ ନେଇ ରାଜ୍ୟସ୍ତରରେ ନେତାଙ୍କ ଭିତରେ ବେଶ ଉତ୍ସାହ । ନୂଆ ସଭାପତିକୁ ନେଇ ତାଙ୍କ ଭିତରେ ଖେଳି ଯାଇଛି ଖୁସି । ସଭାପତି ରେସ୍ ପାଇଁ ଲାଗିରହିଛି ଛକାପଞ୍ଝା । ବିଜେପିର ମନମୋହନ ସାମଲ-ବିଜେଡିର ନବୀନ ପଟ୍ଟାନାୟକ ସଭାପତିତ୍ୱ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ୨୪ ଇଲେକ୍ସନ ଶେଷ ପରେ ହାତ ଦଳର ସଭାପତି ପଦ ପଡିଛି ଖାଲି ।

କାହାର ରହିବେ କାହାର ବଦଳିବେ । କିଏ ହେବେ ରିପିଟ୍ । ନିର୍ବାଚନ ପ୍ରକ୍ରିୟାରେ ନେତା ବାଛିବ ବିଜେପି । ଏଆଇସିସି ନିଷ୍ପତ୍ତି ଉପରେ କଂଗ୍ରେସର ନଜର । ନବୀନଙ୍କ ଉପରେ ବିଜେଡିର ଆଖି । ଦଳ ଆରମ୍ଭ ଦିନ ଠାରୁ ଦଳର ପ୍ରେସିଣ୍ଡେଣ୍ଟ ରହି ଆସୁଛନ୍ତି ବିଜୁ ନନ୍ଦନ । ଏବେ କିନ୍ତୁ କରିବେ କ’ଣ? କାହିଁକି ନା ସରକାରରେ ନାହିଁ ତାଙ୍କ ଦଳ । ନବୀନଙ୍କ ମଧ୍ୟ ବୟସ ବୃଦ୍ଧି ପାଇଁ ଫିଲ୍ଡ ଭିିଜିଟ ଏତେ ସମ୍ଭବ ନୁହେଁ । ପଦରେ ରହିବେ ନା ଆଉ କାହାକୁ ବସାଇବେ । ଯେହେତୁ ଏହାରି ଭିତରେ ଦଳର ସଦସ୍ୟତା ଅଭିଯାନ ଶେଷ ହୋଇଛି । କଂଗ୍ରେସ ଦୀର୍ଘ ସମୟ ଧରି ଆସନରେ କାହାକୁ ବସାଇବ ସେଥିପାଇଁ କରିଚାଲିଛି କସରତ । ହାଇକମାଣ୍ଡ ନିଷ୍ପତ୍ତି ନେବେ କାହାକୁ ଦେବେ ଶରତଙ୍କ ସ୍ଥାନ । ଦଶନ୍ଧି ଦଶନ୍ଧି ଧରି ରାଜ୍ୟରେ ଦଳ ଗଢିପାରିନି ସରକାର ।

କେମିତି ରାଜ୍ୟରେ ସରକାର ଗଢିପାରି ଦଳ ତାକୁ ଆଖି ଆଗରେ ରଖି ହୁଏତ ହୋଇପାରେ ସଭାପତି ଚୟନ । ବିଜେପି ଭୋଟିଂ ପ୍ରକ୍ରିୟାରେ ବାଛିବ, କିଏ ହେବ ଦଳର ମଙ୍ଗୁଆଳ । ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଦଳକୁ ମିଳିଛି ବଡ଼ ସଫଳତା । ଏକାକୀ ପ୍ରଥମ ଥର ପାଇଁ ରାଜ୍ୟରେ ଗଠନ କରିପାରିଛି ସରକାର । ତେବେ ହୁଏତ ମନମୋହନକୁ ନିର୍ବାଚନ ମଇଦାନକୁ ଛାଡି ପୁର୍ନବାର ଆସନରେ ବସାଇପାରନ୍ତି କେନ୍ଦ୍ରୀୟ ନେତୃତ୍ୱ । ଏସବୁ ଉପରେ ଏବେ କର୍ମକର୍ତ୍ତାଙ୍କର ରହିଛି ଫୋକସ । କିଏ ହେବ ତାଙ୍କ ଦଳର ଆଗମୀ ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ