Masthead

ଜନଶୁଣାଣୀକୁ ବିରୋଧ

କଂସାରୀଗୁଡ଼ା (ବଡ଼ ଖବର ବ୍ୟୁରୋ): କଂସାରୀଗୁଡ଼ା ରିଫାଇନାରୀ ୟୁନିଟ୍ ପାଇଁ ଆସନ୍ତାକାଲି ଜନଶୁଣାଣି ଥିବାବେଳେ ପୋଲିସ ପକ୍ଷରୁ କିଛି ଅଂଚଳ ଲୋକଙ୍କୁ ନୋଟିସ୍ ଦେଇଥିବାବେଳେ କିଛି ଲୋକଙ୍କୁ ଉଠାଇ ନେଇଛି । କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ କଂସାରୀଗୁଡ଼ା ଠାରେ ଆଦିତ୍ୟ ବିର୍ଲା (ହେଣ୍ଡାଲକୋ) କମ୍ପାନୀ ତରଫରୁ କଂସାରୀଗୁଡ଼ା ଠାରେ ରିଫାଇନାରୀ ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ୨୦୦୫ ମସିହାରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୧୮୮୬.୨୨ ଏକର ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ ହୋଇଥିଲା ।

ଯେଉଁଥିରେ ରାୟଗଡ଼ା ଜିଲ୍ଲାର ୪୭.୫୬ ଏକର ସରକାରୀ ଜମି, ୯୨୦.୨୧ ଏକର ବେସରକାରୀ ଜମି ଏବଂ କୋରାପୁଟ ଜିଲ୍ଲାର ୪୭୮.୩୦ ଏକର ସରକାରୀ ଜମି, ୪୩୯.୪୫ ଏକର ବେସରକାରୀ ଜମି ଅଧିଗ୍ରହଣ କରି ହେଣ୍ଡାଲକୋ କମ୍ପାନୀ ଉକ୍ତ ସ୍ଥାନରେ ରିଫାଇନାରୀ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଧାର୍ଯ୍ୟ କରିଥିଲା । କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ହେଣ୍ଡାଲକୋ କମ୍ପାନୀ ଉକ୍ତ ଜମି ଗୁଡ଼ିକ ସମତଳ କରି ଦେଇଥିଲେ ସୁଦ୍ଧା କାରଖାନା ସ୍ଥାପନ କଲା ନାହିଁ ।

ଏହା ପରିବର୍ତ୍ତେ ରାଜ୍ୟ ସରକାର ଯେଉଁ କୋଡ଼ିଙ୍ଗାମାଳି ଖଣି ପାଇଁ ଏଠାରେ କାରଖାନା କରାଯାଇଥାନ୍ତା ଉକ୍ତ ଖଣିକୁ ରାଜ୍ୟ ସରକାର ଶାଗ ମାଛ ଦରରେ ବେଦାନ୍ତ କମ୍ପାନୀକୁ ବିକ୍ରି କରିବା ଲକ୍ଷ୍ୟରେ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ଏହାର ଖନନ ଏବଂ ମାଲ ପରିବହନର ଦାୟିତ୍ୱ ଦେଇଥିବାରୁ ଉକ୍ତ କମ୍ପାନୀ ଏଠାକୁ ଆସି ନିଜ ନିଜ ଭିତରେ ମତ ଭେଦ କରାଇବା ସହ ଗାଁ ଗାଁକୁ ଟଙ୍କା ପଇସା ଦେଇ କିଛି ଅସାମାଜିକ ଲୋକଙ୍କୁ ହାତ ମୁଠାରେ ରଖି ଅନ୍ୟ ନିରୀହ ଲୋକମାନଙ୍କ ନାମରେ ମିଥ୍ୟା ମକଦ୍ଦମା କରି ଜେଲ୍ ପଠାଇବାକୁ ପଛାଉନାହାଁନ୍ତି ।

ଏହିଭଳି ପରିସ୍ଥିତି ଅଂଚଳରେ ସୃଷ୍ଟି କରି ଜୋର୍ ଜବରଦସ୍ତ କୋଡ଼ିଙ୍ଗାମାଳିର ମାଲ ରପ୍ତାନୀ କରୁଥିବାବେଳେ ବର୍ତ୍ତମାନ କାରଖାନା ସ୍ଥାପନା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ହେଣ୍ଡାଲକୋ କମ୍ପାନୀ ବୁଝାବଣା ହୋଇ ଜନଶୁଣାଣି କରିବାକୁ ଯାଉଥିବାବେଳେ ଆନ୍ଧ୍ରପ୍ରଦେଶର ମୈତ୍ରୀ କମ୍ପାନୀ କିଛି ପ୍ରଶାସନିକ ଲୋକଙ୍କୁ ହାତ ମୁଠାରେ ରଖି ଜନଶୁଣାଣି ପୂର୍ବରୁ ତା ବିରୋଧରେ କେତେବେଳେ ସ୍ୱର ଉତ୍ତୋଳନ କରିଦେବା ଭୟରେ କିଛି ଲୋକଙ୍କୁ ପୋଲିସ ଦ୍ୱାରା ଗିରଫ କରିଥିବାବେଳେ କିଛି ଲୋକଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ଏହି ସମୟରେ ଏ ଅଂଚଳର କୌଣସି ଖବରକୁ ପ୍ରସାରଣ ନକରିବା ନିମନ୍ତେ ମୈତ୍ରୀ କମ୍ପାନୀ ତରଫରୁ ମୋଟା ଅଙ୍କର ପ୍ୟାକେଜ୍ ମଧ୍ୟ ସାମ୍ବାଦିକ ମାନଙ୍କୁ ଦିଆଯାଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା