Masthead

ନବୀନଙ୍କ ସଜବାଜ…ନିଜେ ଚଳାଇବେ ସଙ୍ଗଠନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପରାଜୟ ପରେ ଜାଗିଲେ ନବୀନ । ୨୪ ବର୍ଷରେ ଯାହା କରିନଥିଲେ ଏବେ କରିବାକୁ ପଡୁଛି । ପଲିଟିକ୍ସର ଶେଷ ପର୍ଯ୍ୟାୟରେ ଚିନ୍ତାରେ ନବୀନ । ଦଳ ହାରିବା ପରେ ରାସ୍ତାକୁ ଓହ୍ଲାଇଲେ, ଚାଷୀଙ୍କୁ ଭେଟିଲେ । ବିପର୍ଯ୍ୟୟରୁ ବାହାରି ଏବେ ବିଜେଡିକୁ ସଜାଡ଼ିବା ଚିନ୍ତା । ସଙ୍ଗଠନକୁ ସୁଦୃଢ କରିବା ଦିଗରେ ଲାଗିପଡ଼ିଛନ୍ତି ନବୀନ । ଚାଷୀଙ୍କୁ ନ୍ୟାୟ ଦେବାରେ ସରକାରଙ୍କୁ ଘେରିବା ପରେ ଲାଗିଲା ଯେମିତି ନବୀନ ସକ୍ରିୟ ରାଜନୀତି ଏବେ ବେଶୀ ତତ୍ପରତା ଦେଖାଉଛନ୍ତି । ରାଜଧାନୀରେ ସହଦେବ ନାୟକଙ୍କୁ ହତ୍ୟା ପରେ ପରିବାରକୁ ଭେଟିଲେ । ୫୦ ହଜାର ଟଙ୍କା ଦେବା ସହ ପିଲାଙ୍କ ପଢାଇବା ଦାୟିତ୍ୱ ନେଲେ । ଏତିକିରେ ସୀମିତ ନାହାନ୍ତି ନବୀନ । ଛତିଶଗଡ଼ରେ ବିଶାଲ ଦାସଙ୍କୁ ଅଟକ ପରେ ନବୀନ ହଠାତ୍ ଚିଠି ଲେଖିବା ଏହା ଦର୍ଶାଉଛି ଯେ ବିଜେଡିକୁ ଆଗକୁ ନେବା ପାଇଁ ନବୀନ ଏବେ ଆଗଭର । ଦରବୃଦ୍ଧିକୁ ନେଇ ରାଜଧାନୀରେ ବିଜେଡିର ଗର୍ଜନ ପରେ ଏବେ ଚାଷୀଙ୍କ ପାଇଁ ଅଣ୍ଟା ଭିଡ଼ିଛି । ଏ ଦିଗରେ ସଜବାଜ ହେଉଥିବା ଜଣାପଡ଼ିଛି ।

ଏପରିକି ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ପାଇଁ ନବୀନ ପ୍ରତିବାଦ, ବିକ୍ଷୋଭ କରିବାର ଆଭାସ ମିଳିଲାଣି । ଏହା ସହ ସଙ୍ଗଠନକୁ ସଶକ୍ତ କରିବା ଦିଗରେ ମଧ୍ୟ ନବୀନ କାମ କରୁଥିବା ଜଣାପଡୁଛି । ଖୁବଶୀଘ୍ର ବ୍ଲକ ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନିର୍ବାଚନ ହେବ । ଏହାପରେ ଜିଲ୍ଲା ସଭାପତି ଚୟନ ଓ ରାଜ୍ୟ କମିଟି ତିଆରି ହେବ । ଯାହା କୁହାଯାଉଛି ପଣା ସଂକ୍ରାନ୍ତି ସୁଦ୍ଧା ବିଜେଡିର ସମସ୍ତ ପ୍ରକ୍ରିୟା ଶେଷ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବରିଷ୍ଠ ଓ କନିଷ୍ଠ ନେତାଙ୍କ କଥାକୁ ଗୁରୁତ୍ୱ ଦେବା ସହ ନିଜେ ସମସ୍ତ କାର୍ଯ୍ୟକୁ ତଦାରଖ କରିବାକୁ ଅଂଟା ଭିଡ଼ିଛନ୍ତି କୁହାଗଲାଣି । ଦଳୀୟ ସଙ୍ଗଠନକୁ ନିଜେ ମ୍ୟାନେଜ କରିବାକୁ ପ୍ରୟାସ ଆରମ୍ଭ କରିଥିବା ଭିତିରି ଖବର ଆସିଲାଣି । ମେଳି ବାନ୍ଧିଥିବା ନେତାଙ୍କୁ ବୁଝାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରୁଥିବା କୁହାଯାଉଛି । ଦଳର ସମସ୍ତ ସମସ୍ୟାର ସମାଧାନ କରିବା ଦିଗରେ ନବୀନ ନିଜେ କାର୍ଯ୍ୟ କରିବେ । ଭାଙ୍ଗିଯାଇଥିବା ଦଳକୁ ଏକଜୁଟ କରିବା ଯଦିଓ ଏତେ ସହଜ ନୁହେଁ ତଥାପି ଏତେ ବଡ଼ କଷ୍ଟ ବି ନୁହେଁ । ଆଶା କରିବା ବିଜେଡି ସଶକ୍ତ ବିରୋଧୀ ଦଳ ହୋଇ କାର୍ଯ୍ୟ କରୁ । କାରଣ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା