Masthead

ମନୋଜଙ୍କୁ ଛାଡି ସମସ୍ତେ ଆସିଲେ, ସମାଧାନ ହୋଇପାରିଲା ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ଉଦ୍ୟମ ପରେ ବସିଲା ସମାଧାନ ମିଟିଂ । ଡାକିଲେ କୁନା ଆସିଲେ ଅରିନ୍ଦମ । ସାଥୀରେ ଥିଲେ ଶ୍ରୀତମ, ଟୁଟୁ ଓ ଅନ୍ୟମାନେ । ହେଲେ ଆସିପାରିଲେ ନାହିଁ ମନୋଜ । ସମାଧାନର ବାଟ ଫିଟିପାରିଲା ନାହିଁ । ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ ଅଫିସରେ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ମଧ୍ୟସ୍ଥତାରେ ବସିଥିଲା ବୈଠକ । ସମସ୍ତେ ଅପେକ୍ଷା କରିଥିଲେ ମନୋଜ ମିଶ୍ର ଆସିବେ । କେଉଁଠି ସମସ୍ୟା ଅଛି ସମସ୍ତେ କଥା ହେବେ ଓ ସମାଧାନର ବାଟ ବାହାର କରିବେ । ହେଲେ ମା’ଙ୍କ ଅସୁସ୍ଥତା କଥା କହି ମନୋଜ ଆସିଲେ ନାହିଁ । ତେବେ କୁନା ତ୍ରିପାଠୀଙ୍କ ସହ ସେ ଫୋନରେ କଥା ହେଲେ । ଏହା ପରେ ସୋସିଆଲ ମିଡିଆରେ ପୋଷ୍ଟ କଲେ, ଓଏଫଡିସିର ଚେୟାରମ୍ୟାନ କୁନା ତ୍ରିପାଠୀ ମୋତେ ଫୋନ କରିଥିଲେ, ମୁଁ ତାଙ୍କୁ ସମାଧାନର ବାଟ କହିଛି । ମନୋଜଙ୍କ ଏଭଳି ପୋଷ୍ଟ ପରେ କୁନା ତ୍ରିପାଠୀ ନିଜ ପ୍ରତିକ୍ରିୟା ରଖିଥିଲେ ।

ମନୋଜ ଆସିଥିଲେ ବିବାଦ ତୁଟିବାର ସମ୍ଭାବନା ଥିଲା । ହେଲେ ସେ ଘଟଣାର ସମାଧାନ ପାଇଁ ଓଡ଼ିଆ ଫିଲ୍ମ ଯେଉଁ ସମସ୍ୟାର ସମ୍ମୁଖିନ ହେଉଛି ସେକଥା ଉଠାଇଲେ । ଡିଷ୍ଟି୍ରବୁ୍ୟସନ ସମସ୍ୟାର ସମାଧାନ କରନ୍ତୁ ଦାବି କଲେ ବୋଲି କୁନା ସୂଚନା ଦେଲେ । ହେଲେ ଯେଉଁ ବ୍ୟାନ୍ କଥା ପାଇଁ ଏତେ କାଣ୍ଡ ଘଟିଛି ସେ କଥାକୁ ନେଇ ମନୋଜ କିଛି କହିଲେ ନାର୍ହିଁ । ସେପଟେ ସମସ୍ତଙ୍କ ନଜର ଥିଲା ଟୁଟୁ ନାୟକଙ୍କ ଉପରେ । ଶେଷରେ ଟୁଟୁ କହିଛନ୍ତି, ମନୋଜ ଆସିଲେ ପ୍ରଯୋଜକ ସଂଘ ବ୍ୟାନ୍ ଉଠାଇଦେବ ।

ବିବାଦର ସମାଧାନ ପାଇଁ ପଥ ପରିଷ୍କାର ହେବା ଦରକାର । ଓଲିଉଡ କଳିକୁ ମାଧ୍ୟମ କରି ରାଜ୍ୟ ଭିତରେ ଅନେକ ବିଭାଜନର ମଂଜି ବୁଣିବାକୁ ଚାହୁଁଛନ୍ତି । ପୂର୍ବ-ପଶ୍ଚିମ ନାଁରେ ଲଢେଇ କରିବାକୁ ଚାହୁଁଛନ୍ତି । ସ୍ଥିତି ଅଣାୟତ୍ତ ହେବା ଆଗରୁ ସରକାର ଏଥିରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ ବୋଲି ମତ ବି ପ୍ରକାଶ ପାଇଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ