Masthead

ଶିଶୁବିକାଶ ଯୋଜନାର ବିକଳ ଚିତ୍ର, ଅଙ୍ଗନୱାଡି କେନ୍ଦ୍ରରେ ମିଳୁନି ରନ୍ଧା ଖାଦ୍ୟ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଶିଶୁବିକାଶ ଯୋଜନାର ବିକଳ ଚିତ୍ର । ଅଙ୍ଗନୱାଡି କେନ୍ଦ୍ରରେ ମିଳୁନି ରନ୍ଧା ଖାଦ୍ୟ । ଖାଦ୍ୟ ବନ୍ଦ ଥିବାରୁ ୩୦ଜଣ ପିଲାରୁ ଆସୁଛନ୍ତିରୁ ୩ ଜଣ ପିଲା। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଞ୍ଜମାଳ ପଞ୍ଚାୟତ କରଞ୍ଜ ମାଳ ଅଙ୍ଗନବାଡ଼ି କେନ୍ଦ୍ରରେ । କରଞ୍ଜ ମାଳ ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ବିଳମ୍ବ ପାଇଁ କର୍ମୀ ସ୍ଵେତଲତା ରାଉତ ତାଙ୍କ ନିଜ ଘରେ ପିଲାଙ୍କୁ ନେଇ ପାଠ ପଢ଼ାଉଥିଲେ କର୍ମୀମାନଙ୍କୁ ସରକାର ଭୋଟର କାର୍ଡ ସଂଶୋଧନ ପାଇଁ ଦାୟିତ୍ୱ ଦେଇଥିଲେ। ଗତ କିଛି ଦିନ ତଳେ କର୍ମୀ ସ୍ଵେତଲତା ରାଉତଙ୍କ ସ୍ଵାମୀ ନୂତନ ଭୋଟର କାର୍ଡ ପାଇଁ ନିଜ ଘରେ ଫର୍ମ ପୂରଣ କରିବା ଉଦ୍ଦେଶ୍ୟରେ ଜନୈକ ମହିଳାଙ୍କୁ ଏକୁଟିଆ ପାଇ ଅସଦାଚରଣ ଅଭିଯୋଗରେ ଜେଲ୍ ଯାଇଥିଲେ।

ସେହି ଘଟଣାକୁ ନେଇ ସମସ୍ତ ଅଭିଭାବକ ମାନେ କରଞ୍ଜମାଳ ବାତ୍ୟା ଆଶ୍ରୟସ୍ଥଳୀରେ ପାଠ ପଢେଇଵା ପାଇଁ ନିଷ୍ପତ୍ତି ନେଇଥିଲେ। କର୍ମୀ ସ୍ଵେତଲତା ରାଉତ କେନ୍ଦ୍ରକୁ ପାଠ ପଢେଇଵା ପାଇଁ ଆସୁନାହାଁନ୍ତି ।ଏବେ ୩୦ ଜଣ ପିଲାଙ୍କ ପରିବର୍ତ୍ତେ ୨ ରୁ ୩ ଜଣ ପିଲା ଆସୁଛନ୍ତି। ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ସୁପର ଭାଇଜର ହାରାମଣୀ ଦାସ ପ୍ରକାଶ କରିଛନ୍ତି କୌଣସି ବ୍ୟକ୍ତିଙ୍କ ଘରେ ପାଠ ପଢେଇଵା ପାଇଁ ସରକାରଙ୍କ ନିୟମ ନାହିଁ। ତେଣୁ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି। ଅନ୍ୟ ପଟେ ଅଙ୍ଗନବାଡ଼ି କର୍ମୀ ସ୍ଵେତଲତା ରାଉତ କହିଛନ୍ତି ପାଚିକା ମୋ ଠାରୁ ଖାଦ୍ୟ ନେଉ ନାହାନ୍ତି । ଏ ସମ୍ପର୍କରେ ପଚରାଉଚରା ବେଳେ ଗଣମାଧ୍ୟମ ଉପରେ ଖପ୍ପା ହୋଇ ଉଠିଥିଲେ କର୍ମୀ ସ୍ଵେତଲତା ରାଉତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା