Masthead

ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ; ଅଟକିଲା ମେଢ

କଟକ (ବଡ଼ ଖବର ବ୍ୟୁରୋ): କଟକରେ ଭସାଣ ଉତ୍ସବ ବେଳେ ଗଣ୍ଡଗୋଳ । ହାତୀପୋଖରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଢେଲାପଥର ମାଡ଼, ବ୍ୟାପକ ଭଙ୍ଗାରୁଜା ଢେଲାପଥର ମାଡ଼ରେ ଆହତ ହେଲେ କଟକ ଡିସିପି । ଡିସିପିଙ୍କ ଆଖିରେ ଲାଗିଛି ଆଘତ, ପଡ଼ିଲା ୩ଟି ଷ୍ଟିଚ୍‌ । ଡିସିପିଙ୍କ ସହ ୬ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ । ଗତକାଲି ବିଳମ୍ବିତ ରାତିରେ କଟକ ଦାରଘା ବଜାର ହାତୀପୋଖରୀ ପାଖରେ ଝାଞ୍ଜିର ମଙ୍ଗଳା ମେଢ ଯାଉଥିବା ବେଳେ ଛାତ ଉପରୁ ଅଚାନକ ହୋଇଥିଲା ଢେଲା ଓ ବୋତଲ ମାଡ଼। ଯାହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଧୀରେ ଧୀରେ ପରିସ୍ଥିତି ବିଗିଡ଼ିବାକୁ ଲାଗିଥିଲା । ଗଣ୍ଡଗୋଳ ଏତେ ବଢିଗଲା ଯେ, ପୋଲିସ ନାକେଦମ ହୋଇଥିଲା । ଆଉ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଲାଠିଚାର୍ଜ କରିଥିଲା । ଯେଉଁଥିରେ ପୋଲିସ ଓ ଗଣ୍ଡଗୋଳକାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଡିସିପିଙ୍କ ମୁହଁରେ ବି ଆଘାତ ଲାଗିଛି । ସେହିପରି ଦରଘବଜାର ଥାନା ଉପରେ ବି ଢେଲା ମାଡ଼ ହୋଇଛି।

ଗଣ୍ଡଗୋଳ ଚାଲିଥିଲା ବେଳେ ଭୀଷଣ ବର୍ଷା ହେବାରୁ ଟିକିଏ ଗଣ୍ଡଗୋଳ ଥମିଛି କିନ୍ତୁ ଏବେବି ଛକାଚ୍ଛକି ହୋଇ ଉଭୟ ଗୋଷ୍ଠୀ ରହିଛନ୍ତି । ପାଖାପାଖି ୬୦ରୁ ୭୦ମେଢ଼ ବିସର୍ଜନ ପାଇଁ ବାକିଥିବା ବେଳେ କିଛି ପୂଜା କମିଟି ରାସ୍ତାରେ ମେଢ଼ ଛାଡ଼ି ଚାଲିଯାଇଛନ୍ତି ।  ସେପଟେ ଜଗତସିଂହପୁରରେ ମଧ୍ୟ ଭସାଣ ଉତ୍ସବ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ପୁଲିସ ଭସାଣ ପ୍ରୋସେସନ୍ ବନ୍ଦ କରିବାରୁ ରାସ୍ତାରେ ମେଢ଼ ଆଗରେ ଧାରଣାରେ ବସିଲେ ମେଢ଼ କମିଟି ମେମ୍ବର । ଜଗତସିଂହପୁର ସହରରେ ଭସାଣି ଚାଲୁଥିବା ସମୟରେ ପୁଲିସର ହସ୍ତକ୍ଷେପକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାତି ୧୧ଟା ପରେ ଜଗତସିଂହପୁର ପୁଲିସ ପ୍ରୋସେସନ୍ ବନ୍ଦ କରିବାରୁ ପ୍ରାୟ ୧୦ଟି ମେଢ଼ର କର୍ମକର୍ତ୍ତା ଓ ସଦସ୍ୟ ମେଢ଼କୁ ରାସ୍ତାରେ ରଖି ଧାରଣାରେ ବସିଥିଲେ । ପରେ ଜଗତସିଂହପୁର ପୁଲିସ ଓ ଶାନ୍ତି କମିଟି ତରଫରୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି