Masthead

ପୃଥିବୀପୃଷ୍ଠକୁ ଖସିବ ନାସା ସାଟେଲାଇଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୃଥିବୀପୃଷ୍ଠକୁ ଖସିବ ନାସା ସାଟେଲାଇଟ । ନାସାର ଏକ ଅଚଳ ଉପଗ୍ରହ ପୃଥିବୀକୁ ଖସିବା ନେଇ ଆମେରିକା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସତର୍କ ଜାରି କରାଯାଇଛି । ୨୭୨ କିଲୋଗ୍ରାମରରୁ ଅଧରକ ଓଜନର ଏହି ଉପଗ୍ରହଟି ଆଜି ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ । ଆଜି ରାତି ୯ଟା ୩୦ମିନିଟରେ ଖସିବ କିନ୍ତୁ କେଉଁ ସ୍ଥାନରେ ପଡିବ ତାହା ସ୍ପଷ୍ଟ ହୋଇ ନାହିଁ । ପୃଥିବୀରେ ପଡ଼ିବା ପୂର୍ବରୁ ଏହାର ଅଧିକାଂଶ ଭାଗ ଆକାଶରେ ଜଳିଯାଇଥିବ।

ରୁଭେନ୍‌ ରାମାଟି ହାଇ ଏନର୍ଜି ସୋଲାର ସ୍ପେକ୍ଟ୍ରୋସ୍କୋପିକ୍‌ ଇମେଜର ନାମକ ଏହି ସାଟେଲାଇଟ୍‌କୁ ସୋଲାର ଫ୍ଲେୟାର ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ୨୦୦୨ରେ ନାସା ମହାକାଶକୁ ପ୍ରେରଣ କରିଥିଲା। ୨୦୧୮ରେ ଏହା ଅଚଳ ହୋଇପଡ଼ିଥିଲା । ଏବଂ ନାସା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ନାସା ସାଟେଲାଇଟ୍‌ ପୃଥିବୀରେ ମାଡ଼ ହେବାକୁ ଯାଉଛି। ଏହା ପୂର୍ବରୁ ଜାନୁୟାରୀରେ ୫,୪୦୦ ପାଉଣ୍ଡ ବା ୨୪୪୯ କିଲୋଗ୍ରାମରୁ ଅଧିକ ଓଜନର ଉପଗ୍ରହ ପୃଥିବୀରେ ପଡ଼ିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା