ପିଲାଙ୍କ ମୋବାଇଲ ନିଶା, ଚିନ୍ତାରେ ୮୫% ଅଭିଭାବକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ମୋବାଇଲ ଚାହିଦା ଏତେ ବଢି ଯାଇଛି ଯେ ଖାଇବା ଠାରୁ ଆରମ୍ଭ ଗାଡି ବୁକ କରିବା ଯାଏ ସବୁ କାମ ମୋବାଇଲରେ ହୋଇଯାଉଛି । ଶୀଘ୍ର ଏବଂ ସହଜରେ ମଧ୍ୟ ହୋଇ ପାରୁଛି । କିନ୍ତୁ ଏହାର ପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡ଼ୁଛି । ପିଲାମାନେ ସାଙ୍ଗସାଥୀଙ୍କ ସହ ଖେଳିବା ପରିବର୍ତ୍ତେ ମୋବାଇଲରେ ବେଶୀ ସମୟ କଟାଉଛନ୍ତି । ତେବେ ଏହାକୁ ନେଇ ଆସିଛି ଏକ ରିପୋର୍ଟ । ପିଲାମାନଙ୍କ ଏହି କାର୍ଯ୍ୟକୁ ନେଇ ଭାରତର ୮୫% ଅଭିଭାବକ ଏବେ ଚିନ୍ତାରେ ପଡ଼ିଛନ୍ତି । ଯାହା କାନ୍ତାର ମିଡିଆ କମ୍ପାନୀ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ଛୁଟିରେ ପିଲାମାନେ ସାଙ୍ଗମାନଙ୍କ ସହ ସମୟ ବିତାଇଥାନ୍ତି ।

କିନ୍ତୁ ଏବେ ଏହିସବୁ କାମ କରିବା ବଦଳରେ ଅଧିକ ସମୟ ଫୋନ୍ ଦେଖାରେ କଟାଉଛନ୍ତି। ମୋବାଇଲ୍ର ଅଧିକ ବ୍ୟବହାର ଯୋଗୁ ପିଲାମାନେ ମାନ୍ଦା ହୋଇଯାଉଥିବା ପାଖାପାଖି ୯୦ ପ୍ରତିଶତ ଅଭିଭାବକଙ୍କ ଅଭିଯୋଗ କରିଛନ୍ତି । ଗତ ମାର୍ଚ୍ଚରେ ଆମାଜନ୍ ନେତୃତ୍ୱରେ କାନ୍ତାର ମିଡିଆ କମ୍ପାନୀ ଏହି ସର୍ଭେ କରିଥିଲା। ଅନେକଙ୍କ ମତରେ ପିଲାମାନେ ୨ ଘଣ୍ଟାରୁ କମ୍ ସମୟ ଫୋନ୍ ଦେଖିବା ଉଚିତ।

ତେବେ ପିଲାମାନଙ୍କୁ ଘଣ୍ଟା ଘଣ୍ଟା ମୋବାଇଲ୍ ଦେଖିବାରୁ ନିବୃତ୍ତ କରିବା ପାଇଁ ୯୬ % ମା’ବାପା ଚେଷ୍ଟା ଚଳାଇଛନ୍ତି। ଅଧିକ ସମୟ ମୋବାଇଲ୍ ଦେଖାରେ ନଦେଇ ସେମାନଙ୍କ ପିଲା ଇଂଲିଶ କହିବା (୫୦%), ସୋସିଆଲ ମ୍ୟାନର୍ ଶିଖିବା (୪୫%), ନାଚ, ସଙ୍ଗୀତ ଶିଖିବା, ବାଦ୍ୟଯନ୍ତ୍ର ବଜାଇବା (୩୬%), ଆର୍ଟ-କ୍ରାଫ୍ଟ (୩୨%) ଖେଳକୁଦ କରିବା(୩୨%) ଅଭିଭାବକ ଚାହୁଁଥିବା କାନ୍ତାରର କାର୍ଯ୍ୟନିର୍ବାହୀ ପରିଚାଳନା ନିର୍ଦ୍ଦେଶକ ଦୀପେନ୍ଦର ରଣା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!