Masthead

ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ

ନରସିଂହପୁର(ବଡ଼ ଖବର ବ୍ୟୁରୋ):ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ମାଣିଆବନ୍ଧ ଥାନା ଅଧିନ ଅଭିମାନପୁର ନିକଟରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଗତକାଲି ବିଳମ୍ବିତ ରାତ୍ରିରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଗଣେଷ ପୂଜା ଭାଷାଣି ସମୟ ରେ ଡିଜେ ବଜାଇ ମୁଖ୍ୟ ରାସ୍ତା ଉପରେ ନାଚୁଥିବା ବେଳେ ଜଣେ ଯୁବକ ଙ୍କୁ ଚାପିଦେଇଥିଲା ଦଶ ଚକିଆ ଟ୍ରକ, ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି ଅଭିମାନପୁର ଗାଁର କାର୍ତିକ ଦେହୁରୀ ଙ୍କର ପୁଅ ୩୫ ବର୍ଷୀୟ ବାପି ଦେହୁରୀ।

ମାଣିଆବନ୍ଧ ଥାନା ପୋଲିସ ପହଂଚି ଅଧିକ ତଦନ୍ତ କରିବା ସହ ଦଶ ଚକିଆ ଟ୍ରକ ଓ ଡ୍ରାଇଭର ଙ୍କୁ ଅଟକ ରଖିଛି। ଏହି ଘଟଣା ରେ ଆଜି ସକାଳୁ ଆଠଗଡ଼ ନରସିଂହପୁର ୬୫ନମ୍ବର ରାଜ୍ୟ ରାଜପଥ ଅଭିମାନପୁର ଛକ ନିକଟରେ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଯାହା ଫଳ ରେ ଆଠଗଡ଼ ନରସିଂହପୁର ରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ମେଡିକାଲ ଶବ ବ୍ୟବଚ୍ଛେଦ ପାଇଁ ରହିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରିଛି ମାଣିଆବନ୍ଧ ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ