Masthead

ୱାନ ନେସନ ୱାନ ଇଲେକ୍ସନ, ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୱାନ ନେସନ ୱାନ ଇଲେକସନ ପ୍ରସଙ୍ଗ । ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହେବ ରିପୋର୍ଟ । ୱାନ ନେସନ ୱାନ ଇଲେକସନ ଲାଗି ସାମ୍ବିଧାନିକ ସଂଶୋଧନ ସବୁଠାରୁ କଷ୍ଟସାଧ୍ୟ ପ୍ରକ୍ରିୟା ବୋଲି କମିଶନ ବିଚାର କରିଥିବା କୁହାଯାଇଛି । ତେବେ ଯେଉଁ ସବୁ ପ୍ରତିବନ୍ଧକ ଆସିବ ସେସବୁର ସମାଧାନ ଲାଗି ଦୃଷ୍ଟି ଦିଆଯାଇଥିବା ସୂଚନା ମିଳିଛି । ୱାନ ନେସନ ୱାନ ଇଲେକସନ କମିଟିର ନେତୃତ୍ବ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । ସାରା ଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଂଗରେ କରିବା ଲାଗି ଏହି କମିଶନ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରୁଛି ।

ଯଦି ଏକ ସମୟରେ ନିର୍ବାଚନ କରାଯାଏ ତେବେ ପ୍ରାୟ ୧୮ଟି ରାଜ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି । ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ୧୯୮୩ରେ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଭିନ୍ନ କାରଣରୁ ତାହା ଦାନା ବାନ୍ଧିପାରିନାହିଁ । ସେପଟେ ମହଙ୍ଗା ପଡିବ ଗୋଟିଏ ଦେଶ, ଏକ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି ନିର୍ବାଚନ କମିଶନ । ଗୋଟିଏ ସମୟରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଆୟୋଜନ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ପଠାଇଥିବା ରିପୋର୍ଟରେ କହିଛନ୍ତି, ଇଲୋକ୍ଟ୍ରୋନିକ ଭୋଟିଂ ମେସିନ୍( ଇଭିଏମ)ର ଜୀବନ କାଳ ହେଉଛି ୧୫ ବର୍ଷ । ୧୫ ବର୍ଷ ପରେ ଇଭିଏମ ବଦଳାଇବାକୁ ପଡିବ । କମିଶନରଙ୍କ ଆକଳନ ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୧୧ ଲକ୍ଷ ୮୦ ହଜାର ପୋଲିଂ ବୁଥ ହେବ । ଆଉ ଯଦି ଗୋଟିଏ ସମୟରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୁଏ, ତେବେ ଦୁଇଟି ଇଭିଏମର ଆବଶ୍ୟକତା ପଡିବ । ଅର୍ଥାତ୍ ପ୍ରାୟ ୨୪ ଲକ୍ଷ ଇଭିଏମର ଆବଶ୍ୟକତା ପଡିବ । ଏଥିସହ ପ୍ରତି ଇଭିଏମ ପାଇଁ ଗୋଟିଏ ଲେଖାଏଁ କଂଟ୍ରୋଲ ୟୁନିଟ୍ ଏବଂ ଭୋଟ ଭେରିଫିକେସନ ପେପର ମେସିନର ମଧ୍ୟ ଆବଶ୍ୟକତା ପଡିବ । ସେହିପରି ଇଭିଏମ ରଖିବାକୁ ସୁରକ୍ଷିତ ସ୍ଥାନ. ଅଧିକ ଗାଡି, ଅଧିକ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମଧ୍ୟ ନିଯୁକ୍ତ କରାଯିବ । ତେଣୁ ଏସବୁକୁ ଦେଖିଲେ ଏବେ ଏକକ ନିର୍ବାଚନ ସମ୍ଭବ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ