Masthead

ବିନା ଭକ୍ତରେ ମା’ଙ୍କୁ ମେଲାଣି

ଦେବଗଡ଼ (ବଡ଼ ଖବର ବ୍ୟୁରୋ) : ୨୬ ବର୍ଷ ଧରି ବାରକୋଟରେ ଚାଲିଛି କାଳୀପୂଜା । ଦେବଗଡ଼ ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିବା କାଳୀପୂଜା କୋଭିଡ ଯୋଗୁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହୋଇଛି । ଏପରି କି ମା’ଙ୍କୁ ବିନା ଭକ୍ତରେ ବିର୍ସଜନ କରାଯାଇଛି । ୨୦୧୯ରେ ବାରକୋଟବାସୀ କାଳୀପୂଜାର ରୋପ୍ୟ ଜୟନ୍ତୀ ପାଳନ କରିଥିଲେ । ମାତ୍ର କୋଭିଡ କଟକଣା ଯୋଗୁ ଏବର୍ଷ ସୁନ୍ଦର ତୋରଣ , ମିନାବଜ଼ାର ,ମେଲୋଡି, ଦୋଳି, ଅପେରା , ଫାଷ୍ଟଫୁଡ଼ ଷ୍ଟଲକୁ ବାରଣ କରାଯାଇଥିଲା । ଯେଉଁଥି ଲାଗି ବିନା ଭକ୍ତରେ ମା’ଙ୍କୁ ପୂଜା କରାଯାଇ ସ୍ଥାନୀୟ ପ୍ରଶାସନର ନିର୍ଦେଶରେ ନିରାଡ଼ମ୍ବର ଭାବେ ବିସର୍ଜନ କରାଯାଇଛି । ମା’ଙ୍କ ବିସର୍ଜନ ବେଳେ ସଭାପତି ନରେଶ ଜିତ କାର୍ଯ୍ୟକାରିଣୀ ସଭାପତି ହରିହର ପାଣି, ଗଣନାଥ ମହାପାତ୍ର, ଶଙ୍କର ପାଣି, ଲଷ୍ମୀଧର ରାଉତ, ବସନ୍ତ ମହାନ୍ତ, କୈଳାସ ପ୍ରଧାନ, ପ୍ରସନ୍ନ ସାହୁ, ଶିବ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା