ୱାନ ନେସନ ୱାନ ଇଲେକ୍ସନ, ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୱାନ ନେସନ ୱାନ ଇଲେକସନ ପ୍ରସଙ୍ଗ । ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହେବ ରିପୋର୍ଟ । ୱାନ ନେସନ ୱାନ ଇଲେକସନ ଲାଗି ସାମ୍ବିଧାନିକ ସଂଶୋଧନ ସବୁଠାରୁ କଷ୍ଟସାଧ୍ୟ ପ୍ରକ୍ରିୟା ବୋଲି କମିଶନ ବିଚାର କରିଥିବା କୁହାଯାଇଛି । ତେବେ ଯେଉଁ ସବୁ ପ୍ରତିବନ୍ଧକ ଆସିବ ସେସବୁର ସମାଧାନ ଲାଗି ଦୃଷ୍ଟି ଦିଆଯାଇଥିବା ସୂଚନା ମିଳିଛି । ୱାନ ନେସନ ୱାନ ଇଲେକସନ କମିଟିର ନେତୃତ୍ବ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । ସାରା ଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଂଗରେ କରିବା ଲାଗି ଏହି କମିଶନ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରୁଛି ।

ଯଦି ଏକ ସମୟରେ ନିର୍ବାଚନ କରାଯାଏ ତେବେ ପ୍ରାୟ ୧୮ଟି ରାଜ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି । ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ୧୯୮୩ରେ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଭିନ୍ନ କାରଣରୁ ତାହା ଦାନା ବାନ୍ଧିପାରିନାହିଁ । ସେପଟେ ମହଙ୍ଗା ପଡିବ ଗୋଟିଏ ଦେଶ, ଏକ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି ନିର୍ବାଚନ କମିଶନ । ଗୋଟିଏ ସମୟରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଆୟୋଜନ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ପଠାଇଥିବା ରିପୋର୍ଟରେ କହିଛନ୍ତି, ଇଲୋକ୍ଟ୍ରୋନିକ ଭୋଟିଂ ମେସିନ୍( ଇଭିଏମ)ର ଜୀବନ କାଳ ହେଉଛି ୧୫ ବର୍ଷ । ୧୫ ବର୍ଷ ପରେ ଇଭିଏମ ବଦଳାଇବାକୁ ପଡିବ । କମିଶନରଙ୍କ ଆକଳନ ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୧୧ ଲକ୍ଷ ୮୦ ହଜାର ପୋଲିଂ ବୁଥ ହେବ । ଆଉ ଯଦି ଗୋଟିଏ ସମୟରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୁଏ, ତେବେ ଦୁଇଟି ଇଭିଏମର ଆବଶ୍ୟକତା ପଡିବ । ଅର୍ଥାତ୍ ପ୍ରାୟ ୨୪ ଲକ୍ଷ ଇଭିଏମର ଆବଶ୍ୟକତା ପଡିବ । ଏଥିସହ ପ୍ରତି ଇଭିଏମ ପାଇଁ ଗୋଟିଏ ଲେଖାଏଁ କଂଟ୍ରୋଲ ୟୁନିଟ୍ ଏବଂ ଭୋଟ ଭେରିଫିକେସନ ପେପର ମେସିନର ମଧ୍ୟ ଆବଶ୍ୟକତା ପଡିବ । ସେହିପରି ଇଭିଏମ ରଖିବାକୁ ସୁରକ୍ଷିତ ସ୍ଥାନ. ଅଧିକ ଗାଡି, ଅଧିକ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମଧ୍ୟ ନିଯୁକ୍ତ କରାଯିବ । ତେଣୁ ଏସବୁକୁ ଦେଖିଲେ ଏବେ ଏକକ ନିର୍ବାଚନ ସମ୍ଭବ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!