Masthead

ଗଦର-୨ରେ କମାଲ କରିଛନ୍ତି ଦୁଇ ଓଡ଼ିଆ ଯୁବକ

ଦାରିଙ୍ଗବାଡି(ବଡ଼ ଖବର ବ୍ୟୁରୋ): ଗଦର-୨ରେ କମାଲ କରିଛନ୍ତି ଦୁଇ ଓଡ଼ିଆ ଯୁବକ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ବରୁଣ ବିଶୋଇ ଏବଂ ଶିବଶମ୍ଭୁ ଦିଗାଲ ଗଦର-୨ରେ ଫଲି ଆଟିଷ୍ଟ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ଓଡ଼ିଆ, ହିନ୍ଦୀ, କାନାଡ଼ା, ଆସାମ ଫିଲ୍ମରେ କମାଲ କରୁଛନ୍ତି ଏହି ଦୁଇ ଯୁବକ । ବରୁଣ ବିଶୋଇ ଦୀର୍ଘ ୨୦ ବର୍ଷ ମଧ୍ୟରେ ବିଭିନ୍ନ ଫିଲ୍ମରେ କମାଲ କରୁଥିବା ବେଳେ ଦାରିଙ୍ଗବାଡି ଠାରେ ପେପର୍ ବୟେ ଭାବେ ପରିଚିତ ଥିବା ଶିବଶମ୍ଭୁ ଦିଗାଲ ୨ ବର୍ଷ ମଧ୍ୟରେ ବିଭିନ୍ନ ଫିଲ୍ମରେ କମାଲ କରିଛନ୍ତି । ନାୟକଠାରୁ ଆରମ୍ଭ କରି ଅଭିନୟ କରୁଥିବା କଳାକାରଙ୍କ ଚାଲି ଚଳଣି, ଚଳଚିତ୍ରରେ ବ୍ୟବହାର କରାଯାଉଥିବା ଯନ୍ତ୍ର ବା ବସ୍ତୁର ଶବ୍ଦକୁ ଅବିକଳ ପ୍ରଦର୍ଶନ କରିଥାନ୍ତି ।

ଚାଲିବା, ଦୌଡିବା, କାଶିବା ଭଳି ସମସ୍ତ ପ୍ରକାର ଶବ୍ଦ ପ୍ରଦାନକୁ ଜୀବନ୍ତ ଫୁଟାଇଥାନ୍ତି । କବାଟ, ଝରକା ବନ୍ଦ କରିବା ଖୋଲିବା, କାଚ ଭାଙ୍ଗିବା ଭଳି ଯେଉଁ ସବୁ ଶବ୍ଦ ଶୁଭିଥାଏ, ସେସବୁକୁ ପରାଦା ପଛରେ ରହି, ଜୀବନ୍ତ କରିଥାନ୍ତି ଏହି  କଳାକାର । ଏହି ଦୁଇ ଓଡିଆ ଯୁବକ ବର୍ତ୍ତମାନ ଗାଦର – ୨ ରେ କମାଲ କରୁଛନ୍ତି। ପ୍ରତ୍ୟେକ ଫିଲ୍ମରେ ବରୁଣ ବିଶୋଇ ଫଲି ଆଟିଷ୍ଟ ଭାବରେ କାମ କମ କରୁଥିବାବେଳେ ତାଙ୍କର ସହଯୋଗ କରିଛନ୍ତି ଶିବଶମ୍ଭୁ ଦିଗାଲ । ଉଭୟ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା