Masthead

ବାପା ବିରୋଧରେ ନିର୍ବାଚନ ଲଢିବ ପୁଅ

ଉତ୍ତର ପ୍ରଦେଶ(ବଡ଼ ଖବର ବ୍ୟୁରୋ):ଉତ୍ତର ପ୍ରଦେଶରେ ରୋଚକ ଲଢେଇ । ବାପା ବିରୋଧରେ ନିର୍ବାଚନ ଲଢିବ ପୁଅ । ଉତ୍ତର ପ୍ରଦେଶରେ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ବିରୋଧରେ ନାମାଙ୍କନ ଭରିଲେ ପୁଅ ଉକ୍ରୃଷ୍ଟ ମୌର୍ୟ୍ୟ । ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ବିରୋଧରେ ତାଙ୍କ ପୁଅ ଉକ୍ରୃଷ୍ଟ ମୌର୍ୟ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଗୋଟିଏ ଆସନରେ ବାପା ଓ ପୁଅ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏଥିପାଇଁ ଦୁଇ ଜଣ ଯାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉକ୍ରୃଷ୍ଟ ମୌର୍ୟ୍ୟ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଂଚି ନାମାଙ୍କନ ଭରିଥିଲେ ।

ସୂଚନା ଅନୁସାରେ ପୁର୍ବରୁ ଉକ୍ରୃଷ୍ଟ ମୌର୍ୟ୍ୟ ଉତ୍ତର ପ୍ରଦେଶ ଉଂଚାହାର ବିଧାନସଭା ଆସନରୁ ଦୁଇଥର ବିଧାୟକ ଭାବେ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୨୨ ନିର୍ବାଚନରେ ସ୍ୱାମୀ ପ୍ରସାଦ ମୌର୍ୟ୍ୟ ସମାଜବାଦୀ ପାର୍ଟିରେ ଥିବା ବେଳେ ଉକ୍ରୃଷ୍ଟ ମୌର୍ୟ୍ୟଙ୍କ ପାଇଁ ଟିକେଟ ମାଗିଥିଲେ । ହେଲେ ଅଖିଳେଶ ଯାଦବ ଟିକେଟ ଦେବାକୁ ମନା କରିଦେଇଥିଲେ । ଏହି ଆସନରୁ ଅଖିଳେଶ ତାଙ୍କର ନିକଟତର କୁହାଯାଉଥିବା ମନୋଜ ପାଣ୍ଡେଙ୍କୁ ଟିକେଟ ଦେଇଥିଲେ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ୟ୍ୟ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ନିଜେ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ଗଠନ କରିଥିଲେ । ପରେ କୁଶୀନଗର ଆସନରୁ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଦେବା ପରେ ସ୍ୱାମୀ ପ୍ରସାଦ ମୌର୍ୟ୍ୟ ନିଜ ପାର୍ଟି ଟିକେଟରୁ ନିର୍ବାଚନ ଲଢୁଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ