Masthead

ପୁଲଓ୍ବାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍ ନିହତ

(ବଡ଼ ଖବର ବ୍ୟୁରୋ): ଜମ୍ମୁ ଓ କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ଧରଣର ସଫଳତା । ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦର ଜଣେ ପ୍ରମୁଖ କମାଣ୍ଡର ମହମ୍ମଦ ଇସମାଇଲ ଆଲଭି ଓରଫ ଲମ୍ବୁ ଶନିବାର ସେନା ଗୁଳିରେ ନିହତ ହୋଇଛି। ସେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ସମ୍ପର୍କୀୟ ଥିଲା ।

ଏହା ସହିତ ଭାରତୀୟ ସେନା ୨୦୧୯ରେ ହୋଇଥିବା ପୁଲଓ୍ବାମା ଆକ୍ରମଣରେ ସଂପୃକ୍ତ ଥିବା ଶେଷ ଆତଙ୍କବାଦୀକୁ ମାରିବା ସହ ନିଜର ପ୍ରତିଶୋଧ ପୂରଣ କରିଛି । ଲମ୍ବୁ ପୁଲଓ୍ବାମା ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ଥିଲା । ସେ ଆତ୍ମଘାତି ବିସ୍ଫୋରଣ କରିଥିବା ସ୍ଥାନୀୟ ଯୁବକ ଆଦିଲକୁ ତାଲିମ ଦେଇଥିଲା ବୋଲି ଭାରତୀୟ ସେନାର ଚିନାର କପ୍ସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଡିପି ପାଣ୍ଡେ କହିଛନ୍ତି । ପୁଲଓ୍ବାମା ଆକ୍ରମଣର ତଦନ୍ତ କରୁଥିବା ଏନଆଇଏ ରିପୋର୍ଟରେ ବି ଲମ୍ବୁର ନାଁ ଥିଲା ।

ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୧୪, ୨୦୧୯ରେ କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତ୍ମଘାତି ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହା ପରେ ଭାରତ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ କରି ପ୍ରତିଶୋଧ ନେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା