Before Header

ଭୋକର ଭୂଗୋଳ ଭିତରେ ହଜିଯାଇଛି ବିକାଶର ପ୍ରକୃତ ସଜ୍ଞା

0 37

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଆଦିବାସୀଙ୍କ ଠାରୁ ଯୋଜନ ଯୋଜନ ଦୂରରେ ବିକାଶ । ଜିଲ୍ଲାରେ ବସବାସ କରୁଥିବା ଏହି ଆଦିମ ଅଧିବାସୀଙ୍କ ପାଇଁ ବିକାଶର ସଜ୍ଞା ବାଟବଣା ହୋଇଯାଇଛି । କହିବାକୁ ଗଲେ ସରକାର ଏବଂ ତାଙ୍କ ଯୋଜନା ପହଞ୍ଚିବାର ଢ଼ଙ୍ଗ ଏତେ ପରିମାଣରେ ଧିମା ଯେ ଲୋକେ ସାଧାରଣ ଜୀବନ ଯାପନରୁ କୋଶ କୋଶ ଦୂରରେ ଏବେବି ରହିଛନ୍ତି । ନିଜର ହକ ଓ ମୌଳିକ ସୁବିଧା ଟିକକ ପାଇବା ପାଇଁ ସଙ୍ଘର୍ଷ କରିବାକୁ ପଡୁଛି । ତେଣୁ ଭୋକର ଭୂଗୋଳ ଭିତରେ ହଜିଯାଇଛି ବିକାଶର ପ୍ରକୃତ ସଜ୍ଞା ।

ରାତିପାହିଲେ ଯେଉଁଠି ପେଟ ଭୋକ ମେଣ୍ଟଇବାର ଚିନ୍ତା ସେଠାରେ ସେଠାରେ ଶିକ୍ଷାକୁ ବା ପଚାରେ କିଏ । ରାତିପାହିଲେ ଦାନା ଯୋଗାଡ ପାଇଁ ଆଦିବାସୀ ଜିଲ୍ଲା ଛାଡି ଦାଦନ ମୁହା ହେଉଛନ୍ତି । ଅପପୁଷ୍ଟି, ଶିଶୁ ଓ ମାତୃମୃତ୍ୟୁ ହାର ବି କିଛି କମନୁହେଁ । ୨୦୧୧ ଜନଗଣନା କହୁଛି ରାୟଗଡ ଜିଲ୍ଲାର ମୋଟ ଜନସଂଖ୍ୟାର ସିହଭାଗ ଅର୍ଥାତ ୭୩ ପ୍ରତିଶତ ହେଉଛନ୍ତି ଆଦିମ ଅଧିବାସୀ । ମୁଖ୍ୟତଃ ଜିଲ୍ଲାର ୧୧ଟି ବ୍ଲକରୁ କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଗୁଣପୁର ଭଳି ୪ଟି ବ୍ଲକରେ ଡଙ୍ଗରିଆ କନ୍ଧ ଏବଂ ଲାଞ୍ଜିଆ ସୌରା ପ୍ରଜାତିର ଅତି ପୁରାତନ ଜନଜାତି ରହିଆସୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଏବଂ ପୋଷଣ ଭଳି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହୋଇ ରହିଆସୁଛନ୍ତି । ନିୟମଗିରି ପାର୍ବତ୍ୟମାଳା ଘଞ୍ଚ ବନାନି ଭିତରେ ୯୯ଟି ଗାଁରେ ରହୁଛନ୍ତି ଡଙ୍ଗରିଆ କନ୍ଧ । ଗଣନା ଅନୁଯାଇ ପ୍ରାୟ ୨୬୦୨ଟି ପରିବାରରେ ୧୦ହଜାର୧୨୦ଜଣ ମହିଳା ପୁରୁଷ ରହୁଥିବା ବେଳେ ସେମାନେ ଏବେବି ଅବ୍ୟବସ୍ଥା ଭିତରେ ଦିନ କାଟୁଛନ୍ତି ।

ଅସାମାଜି ପାଦୃଭାବ ଯୋଗୁଁ ସରକାର ବର୍ଷବର୍ଷ ଧରି ରାସ୍ତାଟିଏ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ନିଜ ପୂର୍ବଜ ଛାଡିଯାଇଥିବା ପଥୁରିଆ ପାଦଚଲା ରାସ୍ତାକୁ ନିଜର କରି ବାଟ ଚାଲୁଛନ୍ତି ଲୋକେ । ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଦୁର୍ଲଭ । ଚିକିତ୍ସା ପାଇଁ ଏବେବି ଲୋକେ ଖଟିବା ବା ଦୋଳାରେ ବୁହାହୋଇ ଆସୁଥିବା ଘଟଣା ଏହି ଜିଲ୍ଲାରେ ଏକ ନିତିଦିନିଆ ଘଟଣା ।

ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ଲୋକେ ନିଜ ଭାଗ୍ୟକୁ ଆଦରି ପଡିରହିଥାନ୍ତି । ସରକାର ଡ୍ରପଆଉଟ ଏବଂ ବାଳିକା ଶିକ୍ଷାପ୍ରତି ଗୁରୁତ୍ୱ ଅଧିକ ଦେଉଥିବା ବେଳେ ରାୟଗଡା ଜିଲ୍ଲାରେ ଏଥିରେ ବ୍ୟାପକ ବ୍ୟତିକ୍ରମ । ଘରେ ଘରେ ଦାରିଦ୍ର୍ୟ ବସା ବାନ୍ଧିଛି । ସରକାରୀ ନଥି ଅନୁଯାଇ ଶିଶୁଙ୍କ ଠାରେ ଅପପୁଷ୍ଟି ସଂଖ୍ୟା ୧୦୪୩ ଦେଖାଯାଉ ଥିବାବେଳେ କ୍ଷେତ୍ରରେ ଏହିସଂଖ୍ୟା ଖୁବ ଅଧିକ ଥିବା ପରିଲିଖିତ ହୋଇଛି । ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ଅନେକ ଦୀର୍ଘ ମିଆଦି ଯେଜାନର ସଫଳ ରୁପାୟନ ଅଭାବରୁ ବିକାଶ ସହ ଆଦିବାସୀଙ୍କ ନାମକୁ ଯୋଡିବା ଏକ ଶ୍ଲେଗାନରେ ହୋଇଯାଇଛି । ଏଭଳି ସ୍ଥିତିରେ ବିକାଶର କଥା ଭାବିବ ଏକ ହସ୍ୟସ୍ପଦ ।

Leave A Reply

Your email address will not be published.