Masthead

ୱାର୍ଲ୍ଡ ହାର୍ଟ ଡେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃଦୟ ଦିବସ ରୂପେ ପାଳନ କରାଯାଏ । ଏହି ହୃଦୟ ଦିବସରେ ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ ହାର୍ଟ ନୋ ହାର୍ଟ’  ‘Use heart know heart’ । ବିଶ୍ୱ ହୃଦୟ ଦିବସ ୱାର୍ଲ୍ଡ ହାର୍ଟ ଫେଡେରେସନ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ସାଧାରଣ ଲୋକଙ୍କ ହାର୍ଟ ସମ୍ବଦ୍ଧରେ ସୂଚନା ପ୍ରଦାନ କରିବାକୁ ଏହି ଦିନ ପାଳନ କରାଯାଏ । ହୃଦରୋଗ ହେଉଛି ବିଶ୍ୱର ଏକ ବୃହତ ଘାତକ ରୋଗ । ହାର୍ଟ ଶରୀରର ଏକ ଗୁରୁତ୍ୱପର୍ଣ୍ଣ ଅଙ୍ଗ ।

ହାର୍ଟ ସୁସ୍ଥ ରହିଲେ ଶରୀର ସୁସ୍ଥ ରହେ । ତେବେ ସମସ୍ତେ ଜାଣିବା ଦରକାର ହାର୍ଟ କିପରି କାର୍ଯ୍ୟ କରେ । ଏହାର ପୃଷ୍ଟିକର ଖାଦ୍ୟ କ’ଣ ? ଏବଂ ଏହା କିପରି ରୋଗାଗ୍ରସ୍ତ ହୁଏ । ହୃଦଘାତର ମୁଖ୍ୟ କାରଣ ହେଉଛି ଧମନୀ ରୋଗ । ଏବେ ଅଧିକାଂଶ ଲୋକ ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି । ଉଚିତ ଖାଦ୍ୟ ପାନୀୟ ଗ୍ରହଣ କରିବା ସହ ନିୟମିତ ବ୍ୟାୟାମ କଲେ ଶରୀର ସୁସ୍ଥ ରହେ । ଉଚ୍ଚ ରକ୍ତଚାପ, ମେଦହବୁଳତା, ମଧୁମେହ ଆଦିରୋଗ ହାର୍ଟକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ ।

ଯାହାଦ୍ୱାରା ହାର୍ଟଆଟାକରେ ଜୀବନ ଚାଲିଯାଇଥାଏ । ତେଣୁ ଏ ସଂପର୍କରେ ସଚେତନ ହେବା ଆବଶ୍ୟକ । ବିଶ୍ୱ ହୃଦୟ ଦିବସର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ସେମାନଙ୍କର ନିତିଦିନ ଅଭ୍ୟାସରେ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଉତ୍ସାହିତ କରିବା । ସ୍ୱାସ୍ଥ୍ୟ ସେବା ତଥା ଚିକିତ୍ସା ବିକଳ୍ପକୁ ଉନ୍ନତମାନର ପ୍ରୋତ୍ସାହିତ କରି ହୃଦରୋଗର ଭାର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶ୍ୱ ହୃଦୟ ଦିବସ ବ୍ୟକ୍ତି ମାନଙ୍କୁ ସେମାନଙ୍କର ସ୍ୱଚ୍ଛତାର ଦାୟିତ୍ୱ ନେବାକୁ ଶକ୍ତି ପ୍ରଦାନ କରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ