Masthead

ଏକଦା ମିନିସ୍କଟ ପିନ୍ଧି ବୁଲୁଥିଲେ ଆଫଗାନ ଯୁବତୀ

କାବୁଲ(ବଡ଼ ଖବର ବ୍ୟୁରୋ): ପ୍ରାକୃତିକ ସମ୍ପଦରେ ଭରପୂର ଆଫଗାନିସ୍ତାନ ଦକ୍ଷିଣ ଏସିଆର ସବୁଠାରୁ ବିଶୃଙ୍ଖଳିତ ଦେଶ । ୬୫୨.୮୬୪ ବର୍ଗ କିଲୋମିଟର ବ୍ୟାପ୍ତ ଏହି ଦେଶ ମଧ୍ୟପ୍ରାଚ୍ୟ ଓ ଏସିଆର ବିଭିନ୍ନ ପ୍ରାନ୍ତରରେ ନିଜର ଆଧୁନିକତା ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲା । ଆଫଗାନବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରେ ଆଧୁନିକତାର ଝଲକ ବିଶ୍ୱସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିଲା । ମନେ ହେଉଥିଲା ଆଫଗାନିସ୍ତାନ ଖୁସିର ଦେଶ । କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଦୁର୍ନୀତି ଏହି ଦେଶକୁ ରସାତଳଗାମୀ କରିଦେଇଛି ।

୧୯୬୭ରେ ଆମେରିକା ନାଗରିକ ବିଲ୍ ପୋଡଲିନ୍ ସ୍ତ୍ରୀ, ଦୁଇଝିଅଙ୍କ ସହ ଆଫଗାନିସ୍ତାନ ପରିଦର୍ଶନରେ ଆସିଥିଲେ । ଆଫଗାନବାସୀଙ୍କ ଲାଇଫ ଷ୍ଟାଇଲ୍ ତାଙ୍କୁ ଚକିତ କରିଦେଇଥିଲା । ରାଜଧାନୀ କାବୁଲରେ ମହିଳା ଓ ଯୁବତୀମାନେ ମିନିସ୍କଟ ପିନ୍ଧି ନିର୍ଭୟରେ ବୁଲୁଥିଲେ । ସ୍କୁଲ, କଲେଜ, ଲାଇବ୍ରେରୀ, ପାର୍କ ସବୁଠି ଯୁବତୀ ଓ ମହିଳାଙ୍କ ଭିଡ଼ ଲାଗିରହିଥିଲା । ସମସ୍ତେ ମିନିସ୍କଟ ପିନ୍ଧି ଘରୁ ବାହାରକୁ ବାହୁଥିଲେ । କାହାର ଆପତ୍ତି କି ବିରୋଧ ନଥିଲା । ମହିଳା ଓ ଯୁବତୀମାନଙ୍କର ଅତ୍ୟାଧୁନିକ ବେଶଭୂଷା ସେମାନଙ୍କୁ ଆହୁରୀ ସୁନ୍ଦର କରିଦେଉଥିଲା । ଖାଲ ସେତିକି ନୁହେଁ, ଆଫଗାନିସ୍ତାନରେ ୫୦ ପ୍ରତିଶତ ମହିଳା ସରକାରୀ ଚାକିରି କରିଥିଲେ । ୪୦ ପ୍ରତିଶତ ମହିଳା ଡାକ୍ତର । ମହିଳାମାନେ ନିଜ ଖୁସିରେ ଜୀବନ ଜିଉଁଥିଲେ । ଯେତେ ଇଚ୍ଛା ପାଠ ପଢିବାକୁ ମହିଳାମାନଙ୍କୁ ଦିଆଯାଉଥିଲା ସୁଯୋଗ । ରୁଚି ଓ ଖୁସି ଅନୁସାରେ ମହିଳା ଓ ଯୁବତୀମାନେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ପୋଷାକ ପିନ୍ଧି କର୍ମସ୍ଥଳ ହେଉ କି ଅଧ୍ୟୟନ ପାଇଁ ଯାଇପାରୁଥିଲେ । ୧୯୨୦ରେ ଭୋଟ ଦେବାର ଅଧିକାର ପାଇଥିବା ମହିଳାମାନେ ବୁର୍ଖା ପରିଧାନ କରୁନଥିଲେ । ୧୯୬୦ରେ ଆଫଗାନିସ୍ତାନର ମହିଳା ଓ ପୁରୁଷ ସମାନ ଅଧିକାର ଉପଭୋଗ କରୁଥିଲେ । ୧୯୭୦ ବେଳକୁ ଆଫଗାନିସ୍ତାନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୦ ପ୍ରତିଶତ ଶିକ୍ଷକ ଥିଲେ ମହିଳା । ମହିଳାମାନଙ୍କୁ ସମ୍ମାନ ଓ ଆଧୁନିକତାର ବାସ୍ନାରେ ପାଗଳ ହୋଇ ପୃଥିବୀର ବିଭିନ୍ନ ଦେଶର ଲୋକମାନେ ଆଫଗାନିସ୍ତାନକୁ ଧାଇଁ ଆସୁଥିଲେ । ସେମାନେ ପାଠ ପଢିବା ସହ ଆଧୁନିକ ଚାଲିଚଳଣ ଶିକ୍ଷା କରି ସ୍ୱଦେଶ ଫେରୁଥିଲେ । ବିଶ୍ୱସମୁଦାୟ ଧରିନେଇଥିଲେ ଦକ୍ଷିଣ ଏସିଆରେ ଗୋଯିଏ ମାତ୍ର ଦେଶ ଆଫଗାନିସ୍ତାନ ମଡର୍ଣ୍ଣ ହେଉଛି ।

୧୯୯୦ରେ ହଠାତ୍ ସବୁ ଓଲଟପାଲଟ ହୋଇଗଲା । ପାକିସ୍ତାନର ମଦ୍ରସାରୁ ଜନ୍ମ ନେଇଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନର ଜୀବନଶୈଳୀକୁ ବଦଳାଇଦେଲା । କଠୋରପନ୍ଥୀ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ତାଳିବାନମାନେ ମହିଳାଙ୍କ ଉପରେ ଲଗାଇଲେ ଅଙ୍କୁଶ । ସବୁକ୍ଷେତ୍ରରେ କଟକଣା । ଧୀରେ ଧୀରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଦେଶରେ ପରିଣତ ହେଲା । ଆଉ ଏବେ ସେମାନେ ଆଫଗାନିସ୍ତାନର ଶାସକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି