Masthead

ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି ।  ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ । ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ ।  ରାଉରକେଲା, କେନ୍ଦୁଝର, ଅନୁଗୁଳ ଓ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ତଳେ ରହିବ । ପାହାଡ଼ିଆ ସ୍ଥାନରେ ରାତି ତାପମାତ୍ରା ଆହୁରି ଖସିବ । ପାଣିପାଗ ବିଭାଗ ପୂର୍ବାନୁମାନରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଆଗକୁ ରାତି ତାପମାତ୍ରା ବଢ଼ିବା ସହ ଥଣ୍ଡା କମିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୪.୪ ଡିଗ୍ରୀ ଛୁଇଁଥିଲା । ଏ ବର୍ଷ ପ୍ରଥମଥର ପାଇଁ ଏଠାରେ ପାରଦ ୪ଡିଗ୍ରୀ ଛୁଇଁଛି । ଶିମିଳିପାଳର କୋର୍ ଏରିଆରେ ପାରଦ ୨ ଡିଗ୍ରୀକୁ ଖସି ଆସିଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି ।ସିମିଳିଗୁଡ଼ାରେ ୬.୧, ରାଉରକେଲାରେ ୭.୨, ଦାରିଙ୍ଗବାଡ଼ିରେ ୭.୫, ଝାରସୁଗୁଡ଼ାରେ ୭.୬, ଫୁଲବାଣୀରେ ୮, ଚିପିଲିମାରେ ୮.୭, କିରେଇରେ ୮.୮, ଅନୁଗୁଳରେ ୯, କେନ୍ଦୁଝରରେ ୯.୬, ସୁନ୍ଦରଗଡ଼ରେ ୧୦ ଡିଗ୍ରୀ ଥିଲା । କୋରାପୁଟରେ ୧୦.୩, ଭବାନୀପାଟଣାରେ ୧୦.୫, ନବରଙ୍ଗପୁରରେ ୧୧, ଢେଙ୍କାନାଳରେ ୧୧.୪, ବଲାଙ୍ଗୀର, ବାରିପଦା ଓ ବୌଦ୍ଧରେ ୧୧.୫, କଟକରେ ୧୧.୮, ଭୁବନେଶ୍ୱରରେ ୧୧.୯ ଓ ସମ୍ବଲପୁରରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିଥିଲା ।

ରାଉରକେଲାରେ ଗତ ୭ ଦିନ ଭିତରେ ରାତି ତାପମାତ୍ରା ପ୍ରାୟ ୭ ଡିଗ୍ରୀ କମିଛି । ଡିସେମ୍ବର ୧ ତାରିଖରେ ଏଠାରେ ପାରଦ ୧୪.୫ ଡିଗ୍ରୀ ଥିଲା। ରବିବାର ଏହା ୭.୨ଡିଗ୍ରୀକୁ ଖସିଛି । ସପ୍ତାହ ଭିତରେ ଭବାନୀପାଟଣାରେ ପାରଦ ସର୍ବାଧିକ ୭.୩ ଡିଗ୍ରୀ ଖସିଛି । ୧୭.୮ ଡିଗ୍ରୀରୁ ୧୦.୫ ଡିଗ୍ରୀକୁ ଖସି ଆସିଛି । ସେହିଭଳି ଝାରସୁଗୁଡ଼ାରେ ଡିସେମ୍ବର ୧ରେ ପାରଦ ୧୩.୭ ଡିଗ୍ରୀ ଥିବାବେଳେ ରବିବାର ୭.୬ ଡିଗ୍ରୀକୁ ଖସିଛି । ଫୁଲବାଣୀରେ ୭ ଦିନ ତଳେ ୧୪.୩ ଥିବାବେଳେ ଏହା ୮ ଡିଗ୍ରୀକୁ କମିଛି ।

ସୁନ୍ଦରଗଡ଼ରେ ୧୫.୪ରୁ ୧୦ ଡିଗ୍ରୀ ଓ ଟିଟିଲାଗଡ଼ରେ ୧୮.୮ରୁ ୧୩ ଡିଗ୍ରୀକୁ ଖସିଛି । ଭୁବନେଶ୍ୱରରେ ୪.୧ ଓ କଟକରେ ୩.୧ ଡିଗ୍ରୀ କମିଛି । ଅନ୍ୟପଟେ ଘନ କୁହୁଡି ଯୋଗୁଁ ରାତ୍ରିରେ ଚଳାଚଳ କରୁଥିବା ଗାଡି ଚାଳକ ମାନେ ଗାଡି ଚଳାଇବାରେ ଅସୁବିଧା ଭୋଗିଛନ୍ତି । ଲୋକେ ଥଣ୍ଡା ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ଜଳାଇ ପୁଇଁ ହେଉଥିବା ଦେଖିବାକୁ ମିଳିଛି । କୋଇଡାର ଟେନସା, କାଲଟା, ମାଲଦା, କୋଇଡା ହେଡକ୍ଵାଟର୍ସ, କାଶୀରା  ପ୍ରମୁଖ ପାରଦ ଖସି ଅତ୍ୟଧିକ ମାତ୍ରାରେ ଶୀତ ଅନୁଭୂତ ହେବାର ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା