Masthead

ଶୀତରେ ଥରୁଛି ପୂରା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଆଜି ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝରରେ ୧୧, ଢେଙ୍କାନାଳରେ ୧୨, ସୋନପୁର, ଟିଟିଲାଗଡ଼, ନବରଙ୍ଗପୁର, ବାଲେଶ୍ୱର, ବାରିପଦା, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱରରେ ୧୩ ଡିଗ୍ରୀ ଅନୁଭୂତ ହୋଇପାରେ । ରବିବାର କୋରାପୁଟ, ଫୁଲବାଣୀ, ନବରଙ୍ଗପୁର, ଭବାନୀପାଟଣା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଏଭଳି ଥଣ୍ଡା ଜାରି ରହିବ ।

୯ ଓ ୧୦ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଟ୍ରଫ୍ଲାଇନ୍ ରହିପାରେ । ତଥାପି ପ୍ରବଳ ଥଣ୍ଡା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଗୁରୁବାର ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା । ଅନୁଗୁଳରେ ୯ଡିଗ୍ରୀ, ଝାରସୁଗୁଡ଼ା ଓ ରାଉରକେଲାରେ ୯.୬, ଫୁଲବାଣୀରେ ୧୦, କୋରାପୁଟ ଓ କେନ୍ଦୁଝରରେ ୧୧.୪, ସୁନ୍ଦରଗଡ଼ରେ ୧୧.୬, ଭବାନୀପାଟଣାରେ ୧୧.୮, ବୌଦ୍ଧରେ ୧୨.୩, ବଲାଙ୍ଗୀରରେ ୧୨.୪, ଢେଙ୍କାନାଳରେ ୧୨.୬, କଟକରେ ୧୩.୨, ବାରିପଦା ଓ ନବରଙ୍ଗପୁରରେ ୧୩.୫, ସମ୍ବଲପୁରରେ ୧୩.୬, ସୋନପୁରରେ ୧୩.୭, ଟିଟିଲାଗଡ଼ ଓ କେନ୍ଦ୍ରାପଡ଼ାରେ ୧୩.୮, ଖୋର୍ଦ୍ଧା ଓ ଜଗତସିଂହପୁରରେ ୧୪, ରାୟଗଡ଼ାରେ ୧୪.୬ ଡିଗ୍ରୀ ରେକର୍ଡ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ