Masthead

ଟିକେଟ କଳାବଜାରି, ୪ ଅଟକ

କଟକ (ବଡ଼ ଖବର ବ୍ୟୁରୋ): ଟିକେଟ କଳାବଜାରି ୪-ଜଣଙ୍କୁ ବାନ୍ଧିଲା କଟକ କମିଶନରରେଟ ପୋଲିସ ।  ଟି -୨୦ ମ୍ୟାଚ ପୂର୍ବରୁ ବନ୍ଧା ହେଲେ ଚାରି ଜଣ କଳା ବଜାରୀ ।  ଦରଘା ବଜାର ଥାନା ପୋଲିସ ଦୁଇଜଣକୁ ବାନ୍ଧି ଥିବା ବେଳେ ସେମାନଙ୍କ ନିକଟରୁ ୯ଟି ଟିକେଟ ଜବତ କରିଛି । ସେହିପରି ବିଡାନାସୀ ଥାନା ପୋଲିସ  ଦୁଇଜଣ ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୧୨ଟି ଟିକେଟ ଜବତ କରିଛି । ଏହି ଘଟଣା ରେ ଆଉ କେଉଁମାନେ ସମ୍ପୃକ୍ତ   ଅଛନ୍ତି ତାର ମଧ୍ୟ ଅନୁସନ୍ଧାନ ଜାରି ରହିଛି ।

ବାରବାଟୀ ଟି- ୨୦ କ୍ରିକେଟ୍ ମ୍ୟାଚ୍ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏବେ ଟିକେଟ୍ କଳାବଜାରି ଜୋରଦାର ହେଉଛି । କିଛି ଯୁବକ ତିନିରୁ ୪ ଗୁଣା ଦରରେ ଟିକେଟ୍ ବିକ୍ରି କରୁଛନ୍ତି। ଏନେଇ ପୁଲିସକୁ ଖବର ମିଳିବା ପରେ ତନାଘନା ଯାଞ୍ଚ କରାଯାଇଛି। ଏହି କ୍ରମରେ ପୁଲିସ ହାତରେ ପଡ଼ିଛନ୍ତି ୪ ଜଣ ଯୁବକ। ଟିକେଟ୍ ବ୍ଲାକ୍ କରୁଥିବା ଅଭିଯୋଗରେ ୪ ଜଣଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ପ୍ରାୟ ୨୧ଟି ଟିକେଟ୍ ଜବତ ହୋଇଛି। ପରେ ୪ ଅଭିଯୁକ୍ତଙ୍କୁ ନୋଟିସ୍ ଦେଇ ଛଡ଼ାଯାଇଛି।

ଗତ ୧ ତାରିଖରେ ଅନଲାଇନ୍ ଟିକେଟ୍ ଓ ୫ ତାରିଖରେ କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ ହୋଇଥିଲା। ଗୋଟାଏ ପଟେ ଟିକେଟ ନପାଇ ହଜାର ହଜାର ଆଶାୟୀ ନିରାଶ ହୋଇଥିବା ବେଳେ, ବହୁଗୁଣା ଦରରେ ଟିକେଟ କଳାବଜାରି ହେଉଥିବାର ଦୃଶ୍ୟମାନ ହୋଇଛି। ଏନେଇ ପୁଲିସ ସୂଚନା ପାଇବା ପରେ କମିସନରେଟ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ କଳାବଜାରିଙ୍କ ଉପରେ ନଜର ରଖାଯାଉଛି। ଆଗକୁ ମଧ୍ୟ ଟିକେଟ୍ କଳାବଜାରି କରୁଥିବା ଯୁବକଙ୍କ ଉପରେ ଚଢ଼ଉ ଜାରି ରହିବ ବୋଲି କଟକ କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼