Masthead

ରାହୁଲଙ୍କ ୟୁଥ୍ ବିଗ୍ରେଡରେ କହ୍ନେୟା-ଜିଗ୍ନେଶ

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଜବାହରଲାଲ ନେହରୁ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ସ୍ଵାଧିନ ବିଧାୟକ ଜିଗ୍ନେଶ ମେୱାନି ୨୮ ନଭେମ୍ବରରେ କଂଗ୍ରେସରେ ସାମିଲ ହେବେ। ପୂର୍ବରୁ କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ରାହୁଲ ମଧ୍ୟ ଏନେଇ ସୂଚନା ଦେଇ କହିଛନ୍ତି କହ୍ନେୟା କୁମାରଙ୍କ ରାଜନୈତିକ କ୍ୟାରିୟର କେବଳ ବିହାରରେ ସୀମିତ ରହିବନି ଦଳ ତାଙ୍କୁ ଜାତୀୟ ସ୍ତରରେ ରଣନୀତି ପାଇଁ ଅଗ୍ରାଧିକାର ଦେବ।

ଏହା ପୂର୍ବରୁ ରାହୁଲ ନିର୍ବାଚନ ରଣନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ ଏବଂ ତାଙ୍କର ମତ ଲୋଡିଥିଲେ। ବିଶେଷ ସୂତ୍ରରୁ ଜଣାପଡିଛି ପ୍ରଶାନ୍ତଙ୍କ ରଣନୀତି ଅନୁଯାୟୀ କଂଗ୍ରେସରେ ବରିଷ୍ଠଙ୍କର ଦିନ ସରିଲାଣି। ଏବେ ୟ୍ଥଥ ମାନଙ୍କୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି। ଆଗକୁ ନିର୍ବାଚନ ଥିବାରୁ ରାହୁଲ ନିଜ ଦଳରେ ୟ୍ୟୁଥ ମାନଙ୍କୁ ଯୋଡ଼ିବାରେ ତତ୍ପର ଦେଖାଇଛନ୍ତି। ସେ କହିଛନ୍ତି କହ୍ନେୟା କୁମାର ଓ ଜିଗ୍ନେଶ ଦଳରେ ଯୋଗଦେଲେ ଦଳର ହୋଇଥିବା କ୍ଷତି ପୂରଣ ହୋଇପାରିବ। ନିର୍ବାଚନ ବୈତରଣୀ ପାର୍‌ ହେବାପାଇଁ କଂଗ୍ରେସ ଏବେ ଜାତୀୟ ସମୀକରଣ ସହିତ ୟ୍ଥଥ ଚେହେରାଙ୍କୁ ଦଳରେ ସାମିଲ କରି ମାଷ୍ଟର ‌ଷ୍ଟ୍ରୋକ୍ ଖେଳିବାକୁ ଯାଉଛି ।

ବିହାରର ବେଗୁସୁରାୟର କହ୍ନେୟା କୁମାର ୨୦୧୯ ଲୋକସଭା ନିର୍ବାଚନରେ ବେଗୁସୁରାୟରୁ ପ୍ରାର୍ଥୀ ହୋଇ ବିଜେପିର ଏବର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ପରାଜିତ ହୋଇଥିଲେ । ତଥାପି ଦଳ ତାଙ୍କ ଉପରେ ଦଳ ନେତୃତ୍ବ ଭାର ଦେବାକୁ ଚାହୁଁଛି । ଏନେଇ ବିହାର କଂଗ୍ରେସ ନେତା ଅମରିନ୍ଦର ସିଂହ କହିଛନ୍ତି, କହ୍ନେୟା କୁମାର ଦଳରେ ଯୋଗଦେଲେ କଂଗ୍ରେସ ଆହୁରି ମଜବୁତ ହେବ । ସେହିପରି ଜିଗ୍ନେଶ ମେଓ୍ବାନୀ ୨୦୧୭ ମସିହା ବିଧାନସଭା ନିର୍ବାଚନରେ ବଡଗାମ୍‌ ଆସନରୁ ସ୍ଵାଧିନ ପ୍ରାର୍ଥୀ ହୋଇ ଲଢି ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ