Masthead

୭୫ ବର୍ଷ ବୟସରେ ସୁବ୍ରତ ରାୟଙ୍କ ଦେହାନ୍ତ, ଆଜି ହେବ ଶେଷକୃତ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ । ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ମୁମ୍ବାଇର ଏକ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ୧୯୪୮ ମସିହାରେ ବିହାରର ଆରାରିଆରେ ଜନ୍ମ ହୋଇଥିଲେ ସୁବ୍ରତ ରାୟ ସାହାରା । ଦେଶସାରା ସେ ସାହାରାଶ୍ରୀ ନାଁରେ ବେଶ ପରିଚିତ ଥିଲେ । ଜଣେ ପ୍ରମୁଖ ବ୍ୟବସାୟୀ ଭାବେ ତାଙ୍କର ବେଶ ନାଁ ଥିଲା । କାଲି ଲକ୍ଷ୍ନୌ ସୁବ୍ରତ ରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବ । ସୁବ୍ରତ ରାୟ ମେକାନିକଲ ଇଞ୍ଜିନିୟର ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ସୁବ୍ରତ ପରବର୍ତୀ ସମୟରେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ସାହାରା ଇଣ୍ଡିଆ ପରିବାର ।

ଶିକ୍ଷା, ସ୍ୱାସ୍ଥ୍ୟ, ମନୋରଞ୍ଜନ, ପର୍ୟ୍ୟଟନ, ହୋଟେଲ ବ୍ୟବସାୟ, କ୍ରୀଡ଼ା ଓ ଗଣମାଧ୍ୟମ ଆଦି କ୍ଷେତ୍ରରେ ସେ ପାଦ ଦେଇଥିଲେ। ଅନେକ କ୍ଷତି ସହିବା ପରେ ସୁବ୍ରତ କିଛି ବର୍ଷ ତଳେ ସାହାରା ଏୟାରଲାଇନ୍ସକୁ ବିକ୍ରି କରି ଦେଇଥିଲେ। ପ୍ରକାଶ ଥାଉ କି ଯମାକାରୀଙ୍କ ହଜାର ହଜାର କୋଟି ଟଙ୍କାକୁ ନେଇ ଏବେବି ବିବାଦ ଲାଗି ରହିଛି। ଏହି ଘଟଣାରେ ସୁବ୍ରତ ରାୟ କୌଣସି ଭୁଲ୍ କରିନଥିବା ଦାବି କରିଥିଲେ। ସୁବ୍ରତ କୋର୍ଟ ଅବମାନନା ଅଭିଯୋଗରେ ୨୦୧୪ରେ ଗିରଫ ହୋଇଥିଲେ। ଦୁଇବର୍ଷ ପରେ ଅର୍ଥାତ ୨୦୧୬ ପରଠାରୁ ସେ ଜାମିନରେ ଥିଲେ । ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ୨୦୧୨ ମସିହାରେ, ସୁବ୍ରତଙ୍କ ନାମରେ ଅଭିଯୋଗ ଆଣିଥିଲା ଜ୍ଝ ନିୟମ ନମାନି କରି ଚିଟ୍ ଫଣ୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କଠାରୁ ଟଙ୍କା ଜମା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା ସୁବ୍ରତ। ପରେ ଏହି ମାମଲାରେ ସୁବ୍ରତ ରାୟ ଦୀର୍ଘ ସମୟ ଜେଲରେ ବିତାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ