Masthead

ବିରୋଧୀ ଦଳ ବୈଠକ, ବିଜେପିକୁ ପରାସ୍ତ କରିବାକୁ ହେବ ରଣନୀତି

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): ଆଜି ବେଙ୍ଗାଲୁରୁରେ ହେବ ବିରୋଧୀ ଦଳ ବୈଠକ । ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଓ ଶାସନ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଆଜି ୨୬ ବିରୋଧୀ ଦଳକୁ ନେଇ ହେବ ବୈଠକ । ବିରୋଧୀ ଦଳ ବୈଠକର ନେତୃତ୍ୱ ନେବ କଂଗ୍ରେସ । ଆଜିଠୁ ଦୁଇ ଦିନ ଧରି ବେଙ୍ଗାଲୁରରେ ହେବାକୁ ଥିବା ବିରୋଧୀ ବୈଠକରେ ଆପ୍ ଯୋଗଦେବ ବୋଲି ସ୍ପଷ୍ଟ କରିଛି ।ପୂର୍ବରୁ ବିହାର ପାଟନାରେ ବିରୋଧିଙ୍କ ବୈଠକ ହୋଇଥିଲା । ବୈଠକରେ ୧୫ଟି ଦଳର ୩୦ରୁ ଅଧିକ ନେତା ଯୋଗଦେଇଥିଲେ ।

ଆଜି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମଳିଛି । ତେବେ ମମତାଙ୍କ ହସ୍ତକ୍ଷେପ ଯୋଗୁ ଆଜି କଂଗ୍ରେସ ଏବଂ ଆପ୍ ମଧ୍ୟରେ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଲାଗିରହିଥିବା ବିବାଦର ସମାଧାନ ହୋଇଥିବା କୁହାଯାଉଛି । ବୈଠକରେ ୨୦୨୪ ନିର୍ବାଚନରେ ଲୋକସଭା ଆସନ ଭାଗବଂଟା ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ସେହିପରି ଆସନ୍ତା କାଲି ହେବ ବିଜେପି ଏବଂ ଏନଡିଏ ସହଯୋଗୀ ଦଳମାନଙ୍କ ବୈଠକ । ଏଥିରେ ୩୦ ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ