Masthead

ଅଜଣା ରୋଗରେ ପୀଡ଼ିତ ରଶ୍ମିତା, ଚିକିତ୍ସା ସହାୟତା ପାଇଁ ଆକୁଳ ନିବେଦନ

ଖଲ୍ଲିକୋଟ, (ବଡ଼ ଖବର ବ୍ୟୁରୋ): ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇ ଭାଇଙ୍କ ମୃତ୍ୟୁ ପରେ ଏବେ ଭଉଣୀ ସେହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଆଇତିପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ। ଗ୍ରାମର ଧୋବା ପ୍ରଧାନ ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀ ପ୍ରଧାନଙ୍କ ଦୁଇ ପୁଅ ଓ ଦୁଇ ଝିଅ। ହସଖୁସିରେ ଚାଲିଥିଲା ସଂସାର। ବଡ଼ ପୁଅ ଲିଟୁନା ପ୍ରଧାନଙ୍କୁ ୨୨ବର୍ଷ ବୟସ ହୋଇଥିବାବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୦ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ପରେ ସାନ ପୁଅ ନିକୁଞ୍ଜ ପ୍ରଧାନ ୨୮ବର୍ଷ ବୟସରେ ଏହି ରୋଗରେ ଆକ୍ରାନ୍ତ ହୋଇ ଗତ ଅଗଷ୍ଟ ୧୮ରେ ମୃତ୍ୟୁବରଣ କରିଥିଲେ। ସାନ ଝିଅ ରଶ୍ମିତା ପ୍ରଧାନ ବେଶ୍ ହସଖୁସିରେ ଗାଁ ସ୍କୁଲରେ ପାଠ ପଢୁଥିଲେ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ସେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏବେ ତାଙ୍କୁ ୨୫ବର୍ଷ ହେଲାଣି । କିନ୍ତୁ ସେ ଚାଲିପାରୁନାହାନ୍ତି କି ବସିବା ସ୍ଥାନରୁ ଉଠି ପାରୁନାହାନ୍ତି। ମାଆ ତାଙ୍କୁ ଟେକି ଟେକି ନେଉଛନ୍ତି। ଭେଣ୍ତିଆ ଦୁଇ ପୁଅଙ୍କୁ ହରାଇ ଗୁମୁରି କାନ୍ଦୁଛନ୍ତି ମା’ ପୂର୍ଣ୍ଣବାସୀ। ସେପଟେ ଝିଅ ରଶ୍ମିତାଙ୍କୁ ନେଇ ବ୍ରହ୍ମପୁର, ଭୁବନେଶ୍ୱର, କଟକ, ହାଇଦ୍ରାବାଦ, ମୁମ୍ବାଇ ପ୍ରଭୃତି ମେଡିକାଲରେ ଦେଖାଇଲେ ମଧ୍ୟ ରୋଗର ଉପଚାର ହୋଇପାରି ନାହିଁ। ଚିକିତ୍ସା କରି ସର୍ବସ୍ୱାନ୍ତ ହେବା ପରେ ଅର୍ଥ ଉପାର୍ଜନ ପାଇଁ ଧୋବା ଗତ ଏକ ମାସ ହେଲା ହାଇଦ୍ରାବାଦରେ ଦାଦନ ଭାବେ କାମ କରୁଛନ୍ତି। ସେପଟେ ଖେଳିବା ବୁଲିବା ବୟସରେ ଚାଲି ପାରୁ ନ ଥିବାରୁ ଭାଗ୍ୟକୁ ଆଦରି ମନଦୁଃଖରେ ବସି ରହୁଛନ୍ତି ରଶ୍ମିତା। ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି, ଅନୁଷ୍ଠାନ ସହାୟତାର ହାତ ବଢ଼ାଇଲେ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରନ୍ତା ଓ ସେ ଚାଲିବୁଲି ପାରନ୍ତେ ବୋଲି ଅତି ଆକୁଳ କଣ୍ଠରେ ନିବେଦନ କରିଛନ୍ତି ରଶ୍ମିତା। ଯଦି କେହି ରଶ୍ମିତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାଙ୍କ ମୋବାଇଲ ନମ୍ବର ୯୩୩୭୧୩୩୩୪୨ରେ ଯୋଗାଯୋଗ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ