Masthead

ପରଲୋକରେ ପଦ୍ମଶ୍ରୀ ରାଧାମୋହନ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ । ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୨୦୨୦ରେ ରାଧାମୋହନ ଓ ତାଙ୍କ ଝିଅଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ନୟାଗଡ଼ରେ ଖାଲି ପଡ଼ିଥିବା ଜମିରେ ଜୈବିକ ଚାଷ କରି ପରିବର୍ତନ ଆଣିଥିଲେ ରାଧାମୋହନ । ପୂର୍ବରୁ ଓଡ଼ିଶାର ସୁଚନା କମିଶନର ଥିଲେ ରାଧାମୋହନ । ରାଧାମୋହନ ପୁରୀ ଏସସିଏସ କଲେଜରେ ଅଧ୍ୟକ୍ଷ ପଦରୁ ଅବସର ନେବା ପରେ ସେ ସୁଚନା କମିଶନର ଥିଲେ । ସେପଟେ, ରାଧାମୋହନଙ୍କ ପରଲୋକରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି , ରାଧାମୋହନଙ୍କ ବିୟୋଗ ଓଡ଼ିଶାର ଜୈବିକ କୃଷିକ୍ଷେତ୍ରରେ ଅପୁରଣୀୟ କ୍ଷତି । ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତା, ସମାଜସେବୀ, ସ୍ତମ୍ବକାର ଓ ବୈପ୍ଳବିକ ଚାଷି । ସେ ରାଜ୍ୟର ସୂଚନା କମିଶସନର ଦାୟିତ୍ୱ ତୁଲାଉଥିଲେ ଏବଂ ଭାରତର ପଦ୍ମଶ୍ରୀ ଉପାଧି ଅଳକୃତ କରିଥିଲେ । ସେ ଜଣେ ଭଲ ମଣିଷ ଓ ପରିବେଶବିତ୍ ଭାବରେ ସାରା ରାଜ୍ୟରେ ଲୋକପ୍ରିୟ ଥିଲେ । ଜୈବିକ କୃଷି କ୍ଷେତ୍ରରେ ରାଧାମୋହନଙ୍କ ବୈପ୍ଳବିକ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବେ । ଏଇ ଦୁଃଖଦ ମୁହୁର୍ତ୍ତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ