Masthead

ପରଲୋକରେ ପଦ୍ମଶ୍ରୀ ରାଧାମୋହନ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ । ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୨୦୨୦ରେ ରାଧାମୋହନ ଓ ତାଙ୍କ ଝିଅଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ନୟାଗଡ଼ରେ ଖାଲି ପଡ଼ିଥିବା ଜମିରେ ଜୈବିକ ଚାଷ କରି ପରିବର୍ତନ ଆଣିଥିଲେ ରାଧାମୋହନ । ପୂର୍ବରୁ ଓଡ଼ିଶାର ସୁଚନା କମିଶନର ଥିଲେ ରାଧାମୋହନ । ରାଧାମୋହନ ପୁରୀ ଏସସିଏସ କଲେଜରେ ଅଧ୍ୟକ୍ଷ ପଦରୁ ଅବସର ନେବା ପରେ ସେ ସୁଚନା କମିଶନର ଥିଲେ । ସେପଟେ, ରାଧାମୋହନଙ୍କ ପରଲୋକରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି , ରାଧାମୋହନଙ୍କ ବିୟୋଗ ଓଡ଼ିଶାର ଜୈବିକ କୃଷିକ୍ଷେତ୍ରରେ ଅପୁରଣୀୟ କ୍ଷତି । ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତା, ସମାଜସେବୀ, ସ୍ତମ୍ବକାର ଓ ବୈପ୍ଳବିକ ଚାଷି । ସେ ରାଜ୍ୟର ସୂଚନା କମିଶସନର ଦାୟିତ୍ୱ ତୁଲାଉଥିଲେ ଏବଂ ଭାରତର ପଦ୍ମଶ୍ରୀ ଉପାଧି ଅଳକୃତ କରିଥିଲେ । ସେ ଜଣେ ଭଲ ମଣିଷ ଓ ପରିବେଶବିତ୍ ଭାବରେ ସାରା ରାଜ୍ୟରେ ଲୋକପ୍ରିୟ ଥିଲେ । ଜୈବିକ କୃଷି କ୍ଷେତ୍ରରେ ରାଧାମୋହନଙ୍କ ବୈପ୍ଳବିକ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବେ । ଏଇ ଦୁଃଖଦ ମୁହୁର୍ତ୍ତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା