Masthead

ଆରମ୍ଭ ହେଲା ଖରିଫ ଧାନ କ୍ରୟ

କଲମପୁର (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତବର୍ଷ ଖରିଫ ଧାନ କ୍ରୟ ଆରମ୍ଭ ହୋଇଛି । ଅକ୍ଟୋବର ୧୫ରୁ ମଣ୍ଡି ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । ତେବେ କଲମପୁର ବ୍ଲକରେ ଧାନ କ୍ରୟ ଗୁରୁବାରଠାରୁ ଆରମ୍ଭ ହୋଇଛି । ମଣ୍ଡଳ ପ୍ରାଥମିକ ସମବାୟ ସମିତି ଅଧୀନରେ ଥିବା ମଣ୍ଡଳ ମଣ୍ଡିରେ ଗତ ୧୬ ତାରିଖରୁ ଟୋକନ ପାଇ ୯ ଜଣ ଚାଷୀ ୭୧୧ କୁଇଣ୍ଟାଲ ଧାନ ମଣ୍ଡିକୁ ଆଣିଥିଲେ । ସେଥିମଧ୍ୟରୁ ଗୁରୁବାର ୬ ଚାଷୀଙ୍କର ୫୦୧ କୁଇଣ୍ଟାଲ ୧୯ କେଜି ଧାନକ୍ରୟ କରାଯାଇଥିବା ସୂଚନା ମିଳିଛି ।

ଆରଏମସି କର୍ମଚାରୀଙ୍କ ଦ୍ୱାରା ଧାନର ମାନ ନିର୍ଣ୍ଣୟ କରାଯାଇଥିଲା । କେସିଙ୍ଗାର ବି.କେ. ଫୁଡ୍ ରାଇସ ମିଲ ଏବଂ କୁସୁମ ଖୁଣ୍ଟିର ଗଣପତି ରାଇସ ମିଲ ଧାନ ନେଇଛନ୍ତି । ମଣ୍ଡଳ ପ୍ୟାକ୍ସ ସମ୍ପାଦକ ନବୀନ କୁମାର ନାଗ, ଅନ୍ୟତମ ସହଯୋଗୀ ଗୁଣବନ୍ତ ନାଏକ, ଧର୍ମେନ୍ଦ୍ର ନାଏକ, ଆରଏମସି କର୍ମଚାରୀ ଅମିତ କୁମାର ପଣ୍ଡା ଏବଂ ସୁଶାନ୍ତ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ଖରିଫ ଋତୁରେ କଲମପୁର ବ୍ଲକର ୧୬ ମଣ୍ଡି ମଧ୍ୟରୁ କେବଳ ମଣ୍ଡଳ ମଣ୍ଡିରୁ ହିଁ ପ୍ରଥମ କରି ଧାନ ଉଠାଣ ଆରମ୍ଭ ହୋଇଛି । ଧାନ କ୍ରୟ ଆରମ୍ଭ ହେବା ପରେ ଏହି ଅଞ୍ଚଳରେ ଚାଷୀ ସମୂହ ଖୁସି ହୋଇଛନ୍ତି । ନିୟମିତ ଧାନ କ୍ରୟ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଚାଷୀ ମହଲରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ