Masthead

ଭାରତର ଲଗାତର ଦ୍ୱିତୀୟ ପରାଜୟ, ୨ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚ ହାରିଲା ଭାରତ । ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚାଲିଥିବା ରମାଞ୍ଚକ ମ୍ୟାଚୁ ନିଜ ନାଁରେ କରିଛି ୱେଷ୍ଟଇଣ୍ଡିଜ। ଭାରତକୁ ୧ ଓଭର ଓ ୨ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ। ଏହି ସିରିଜରେ ଟିମ୍ ଇଣ୍ଡିଆର କ୍ରମାଗତ ଦ୍ୱିତୀୟ ପରାଜୟ ହୋଇଛି। ୱେଷ୍ଟଇଣ୍ଡିଜ୍ ପାଇଁ ନିକୋଲାସ୍ ପୁରାନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ସେ ୪୦ ବଲରେ ୬୭ ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ ବ୍ୟାଟ୍ସମେନ ହେଟମିୟର ୨୨ ବଲରେ ୨୨ ରନ୍ ସଂଗ୍ରହ କରିଥିବା ବେଳେ କ୍ୟାପଟେନ ରୋଭମାନ ପାୱେଲ ୧୯ ଟି ବଲରେ ୨୧ ରନ୍ କରିଥିଲେ। ପ୍ରଥମ ଓଭରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ୨ ଓ୍ୱିକେଟ ନେଇଥିବା ବେଳେ ମୋଟ ୩ ୱିକେଟ୍ ନେଇଥିଲେ।

ସେ ୪ ଓଭରରେ ୩୫ ରନ୍ ଦେଇ ୩ ଓ୍ୱିକେଟ ନେଇଥିଲେ । ସେହିପରି ୪ ଓଭରରେ ୩୪ ରନ୍ ଦେଇ ଅର୍ଶଦୀପ ସିଂ ୧ ୱିକେଟ୍ ନେଇଥିଲେ। ସେହିପରି ରବି ବିଷ୍ଣୁ ୪ ଓଭରରେ ୩୧ ରନ୍ ଦେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୫୨ ରନ୍ ସଂଗ୍ରହ କରି ୭ ୱିକେଟ୍ ହରାଇଥିଲା। ତିଲକ ଭର୍ମା ଚମତ୍କାର ପ୍ରଦର୍ଶନ କରି ୪୧ ବଲରେ ୫୧ ରନ ସ୍କୋର କରିଥିଲେ।

ତିଲକଙ୍କ ଇନିଂସରେ ୫ ଚୌକା ଓ ଗୋଟିଏ ଛକା ଥିଲା। ୨୩ ଟି ବଲରେ ଇଶାନ କିଶନ ୨୭ ରନ ସ୍କୋର କରିଥିଲେ। ଇଶାନଙ୍କ ଇନିଂସରେ ୨ଟି ଚୌକା ଓ ୨ ଛକା ଅନ୍ତର୍ଭୁକ୍ତ ହୋଇଥିଲା। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ୍ କରିଥିବା ବେଳେ ଅକ୍ଷର ପଟେଲ ୧୪ ରନ୍ ସ୍କୋର କରିବା । ଆଜିର ପରାଜୟ ପରେ ଭାରତ ୫ଟିକିଆ ସିରିଜରେ ୦-୨ରେ ପଛରେ ରହିଥିବା ବେଳେ ଶେଷ ୩ଟି ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି